ବଢିବ ଟ୍ରେନ୍ ସ୍ପିଡ୍, ପାସେଞ୍ଜର ଟ୍ରେନ୍ ଘଣ୍ଟାପ୍ରତି ୮୦କି.ମି. ଏବଂ ପର୍ଯ୍ୟାୟକ୍ରମେ ସ୍ପିଡ୍ ଧରିବ ମାଲବାହୀ ଟ୍ରେନ୍

Published By : Prameya-News7 Bureau | December 23, 2019 IST

ନୂଆଦିଲ୍ଲୀ ୨୩।୧୨: ସାଧାରଣତଃ ରେଳଗୁଡିକର ମନ୍ଥର ଗତି ପାଇଁ ଭାରତୀୟ ରେଳ ବିଭାଗ ସବୁବେଳେ ଆଲୋଚନାରେ ରହିଥାଏ । ଫଳରେ ବର୍ତ୍ତମାନ ଭାରତୀୟ ରେଳ ବିଭାଗ ଟ୍ରେନ୍ ଗୁଡିକର ବେଗ ବୃଦ୍ଧି କରିବା ଦିଗରେ ଚିନ୍ତା କରୁଛି । ପାସେଞ୍ଜର ଟ୍ରେନର ବେଗ ୩୦ ପ୍ରତିଶତ ବୃଦ୍ଧି କରାଯାଇ ଘଣ୍ଟାପ୍ରତି ୮୦ କି.ମି. କରିବାକୁ ରେଳ ବିଭାଗ ଯୋଜନା କରୁଛି ।

{"id":201447,"sizeSlug":"large"}

ଆଗାମୀ ସାଢେ ଚାରି ବର୍ଷ ମଧ୍ୟରେ କିଛି ମାଲବାହୀ ଟ୍ରେନ୍ ଗୁଡିକର ଗତି ୮୦ ପ୍ରତିଶତକୁ ବୃଦ୍ଧି କରିବା ଉପରେ ଫୋକସ୍ କରାଯାଉଛି । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ରେଳ ମନ୍ତ୍ରଣାଳୟ ଏ ସଂପର୍କିତ ଏକ ଯୋଜନା ଉପସ୍ଥାପନା କରିଥିଲା । ଯୋଜନାରେ ଆଗାମୀ ୫ବର୍ଷ ମଧ୍ୟରେ ଭାରତୀୟ ରେଲଓ୍ବେର ସ୍ଥିତି ସୁଧାରିବାକୁ ଲକ୍ଷ୍ୟ ରଖାଯାଇଛି । ସୂତ୍ର ଅନୁସାରେ ୨୦୨୪ ମଧ୍ୟରେ ମାଲବାହୀ ଟ୍ରେନ୍ ଗୁଡିକର ବେଗ ଘଣ୍ଟାପ୍ରତି ୪୫ କି.ମି. ବଢାଇବାର ଯୋଜନା ରଖାଯାଇଛି । ମାଲବାହୀ ଟ୍ରେନ୍ ଗୁଡିକର ଗତି ୨୦୨୦-୨୧ ବେଳକୁ ଘଣ୍ଟାପ୍ରତି ୩୦ କି.ମି. କରାଯିବାକୁ ଯୋଜନା ରଖାଯାଇଛି । ସେହିଭଳି ୨୦୨୧-୨୨ ବେଳକୁ ଏହାକୁ ବୃଦ୍ଧି କରାଯାଇ ଘଣ୍ଟାପ୍ରତି ୩୪ କି.ମି., ୨୦୨୨-୨୩ ବେଳକୁ ଘଣ୍ଟାପ୍ରତି ୩୯ କି.ମି. ଏବଂ ୨୦୨୪ ବେଳକୁ ଘଣ୍ଟାପ୍ରତି ୪୫କି.ମି. କରିବାର ଯୋଜନା ରଖାଯାଇଛି ।

{"id":201448,"sizeSlug":"large"}

 ମାଲବାହୀ ଟ୍ରେନ୍ ବେଗ ବୃଦ୍ଧି ଯୋଜନା ହିସାବରେ ପାସେଞ୍ଜର ଟ୍ରେନ୍ ଗୁଡିକର ବେଗ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରାଯିବାର ଯୋଜନା ରହିଛି । ପାସେଞ୍ଜର ଟ୍ରେନ୍ ଗୁଡିକର ବେଗ ବୃଦ୍ଧି କେବଳ ରାଜଧାନୀ ଟ୍ରେନ୍ ପର୍ଯ୍ୟନ୍ତ ସୀମିତ ରଖାଯିବନାହିଁ । ରାଜଧାନୀର ବେଗ ବୃଦ୍ଧି ଦିଗରେ ପୂର୍ବରୁ ହିଁ ଯୋଜନା କରାଯାଇଛି । ନୂଆ ଯୋଜନାରେ ୧୨ ଘଣ୍ଟା ମଧ୍ୟରେ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ ମୁମ୍ବାଇ କରାଯିବାର ପ୍ରସ୍ତାବ ରହିଛି ।

{"id":201449,"sizeSlug":"large"}

ମାଲବହୀ ଟ୍ରେନଗୁଡିକର ଗତି ବୃଦ୍ଧି କରିବା ନେଇ ମହତ୍ବାକାଂକ୍ଷୀ ଯୋଜନାକୁ ପୁରା କରାଯିବାକୁ ଦୁଇଟି କେନ୍ଦ୍ର ଉପରେ ନିର୍ଭର କରାଯାଉଛି । ମୁମ୍ବାଇର ଜବାହର ଲାଲ ନେହରୁ ପୋର୍ଟ ଟ୍ରଷ୍ଟ ନିକଟରେ ଦାଦରୀର ଲୁଧିୟାନା ଏବଂ ପଶ୍ଚିମବଙ୍ଗଳାରେ ଦାନାକୁନି କରିଡର ଉପରେ ନିର୍ଭର କରୁଛି । ଏହାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରାଇବା ଲାଗି ଅନେକ ଡେଡଲାଇନ୍ ପାର୍ ହୋଇସାରିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.