ରେଳ ଷ୍ଟେସନରେ ଖସିପଡିଲା ଫୁଟ୍ ଓଭରବ୍ରିଜ୍

Published By : Prameya-News7 Bureau | October 06, 2020 IST

ସୋର ୦୬।୧୦: ବାଲେଶ୍ଵର ଜିଲ୍ଲା ସୋର ରେଲୱେ ଷ୍ଟେସନରେ ଥିବା ଫୁଟ୍ ଓଭର ବ୍ରିଜ୍ ଗଳିପଡିଲା । ସୋର ଧାମରାରୁ ହଳଦିଆ ଯାଉଥିବା କୋଇଲା ବୋଝେଇ ଟ୍ରେନ ଏହି ବ୍ରିଜ୍ ରେ ଲାଗି ରହିଛି । ବ୍ରିଜଟି ବିପଦ ଶଙ୍କୁଳ ଅବସ୍ଥାରେ ଝୁଲି ରହିଛି ।

{"id":339297,"sizeSlug":"large"}

ଟ୍ରେନଟି ବାଲେଶ୍ବର ମୂଳିସିଂ ଗେଟ ନିକଟରେ ଅଟକିଛି । ଫଳରେ ଖଡଗପୁର ଦିଗକୁ ସମସ୍ତ ଟ୍ରେନ ବାତିଲ ହୋଇଛି । ଧାମରାରୁ ଏନ୍.ଟି.ଏସ ଡାଉନ୍ ଟ୍ରେନ କୋଇଲା ଲୋଡ୍ କରି ପଶ୍ଚିମବଙ୍ଗ ହଳଦିଆ ଅଭିମୁଖେ ଯାଉଥିଲା । କେଉଁ  କରଣରୁ ଫୁଟ ଓଭର ବ୍ରିଜ ସହ ଟ୍ରେନ୍ ର ଧକ୍କା ହେଲା ସେନେଇ ତଦନ୍ତ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.