Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

୫୦% ଯାତ୍ରୀ ଓ Covid ପ୍ରୋଟକଲ ସହ ପଶ୍ଚିମବଙ୍ଗରେ ଆରମ୍ଭ ହେବ ଲୋକାଲ ରେଳ ସେବା

2/11/2020 at 8:50 PM

କୋଲକାତା ୨।୧୧: କରୋନା ଭାଇରସ ମହାମାରୀ ଲାଗି ପଶ୍ଚିମବଙ୍ଗରେ ଗତ ମାର୍ଚ୍ଚ ମାସରୁ ଠପ ପଡିଥିବା ଲୋକାଲ ରେଳ ସେବା ପୁଣି ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଆଲୋଚନା ପରେ ରେଳବାଇ କର୍ତ୍ତୃପକ୍ଷ ସୋମବାର ଏହି ସୂଚନା ଦେଇଛନ୍ତି। ତେବେ ସମ୍ପୂର୍ଣ୍ଣ କୋଭିଡ ପ୍ରୋଟକଲ ଓ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ରେଳସେବା ଆରମ୍ଭ ହେବ ବୋଲି ରେଳବାଇ ଅଧିକାରୀମାନେ କହିଛନ୍ତି।

ସମ୍ପୂର୍ଣ୍ଣ ଠପ ପଡିଥିବା ରେଳ ସେବାକୁ ଅଚାନକ ସ୍ୱଭାବିକ କରି ହେବନି ବୋଲି ସେମାନେ କହିଛନ୍ତି । ଅଧିକାରୀଙ୍କ ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ରୁ ୨୦ ପ୍ରତିଶତ ସେବା ସ୍ୱଭାବିକ ହୋଇପାରିବ।ତେବେ ପରେ ରାଜ୍ୟର କୋଭିଡ ପରିସ୍ଥିତି ସମୀକ୍ଷା କରି ଧିରେ ଧିରେ ୨୫ ପ୍ରତିଶତ ସ୍ଥାନୀୟ ଯାତ୍ରୀ ସେବା ସମ୍ଭବ କରିବାକୁ ଉଦ୍ୟମ କରାଯିବ।

ତେବେ ଲୋକାଲ ଟ୍ରେନସେବା ଆରମ୍ଭ ଲାଗି ନଭେମ୍ବର ୫ ତାରିଖ ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ରାଜ୍ୟ ସରକାରଙ୍କ ସହ ଚୂଡାନ୍ତ ଆଲୋଚନା ପରେ ଏ ନେଇ ନିଷ୍ପତ୍ତି ହେବ। ସରକାରୀ ସ୍ତରରୁ ଯଦି ସବୁଜ ସଙ୍କେତ ମିଳେ ତେବେ ପ୍ରାଥମିକତା ଭିତ୍ତିରେ ସ୍ଥାନୀୟ ରେଳସେବ ଆରମ୍ଭ ହେବ ବୋଲି ରେଳବାଇ ଅଧିକାରୀମାନେ କହିଛନ୍ତି।

   Related Posts