ରେଳବାଇ ଅଧିକାରୀଙ୍କୁ ମହଙ୍ଗା ପଡିଲା ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର, ଚାକିରୀରୁ ନିଲମ୍ବିତ

Published By : Prameya-News7 Bureau | May 31, 2020 IST

ଲକ୍ଷ୍ନୌ ୩୧।୫:  କରୋନା ଲକଡାଉନ୍‌ରେ ଗୁରୁତର ପ୍ରଭାବିତ ହୋଇଛନ୍ତି  ପ୍ରବାସୀ ଶ୍ରମିକ। ବିଭିନ୍ନ ସ୍ଥାନରେ ଏମାନଙ୍କୁ ଦୁର୍ବ୍ୟବହାର ମଧ୍ୟ କରାଯାଉଛି। ଏପରିକି ସରକାରୀ ଅଧିକାରୀ କର୍ମଚାରୀ ବି ବାଦ ପଡୁନାହାଁନ୍ତି। ପ୍ରବାସୀ ଶ୍ରମିକଙ୍କ ଲାଗି ରେଳବାଇ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବାର ପ୍ରଚାର ପ୍ରସାର କରୁଛି। ହେଲେ ଉତ୍ତର ପ୍ରଦେଶ ଫିରୋଜାବାଦରେ ରେଳ କର୍ମଚାରୀମାନଙ୍କ ପ୍ରବାସୀ ଶ୍ରମିକ ସେବାର ୩ ମିନିଟ୍ ଭିଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଏବେ ଦେଶରେ ଚହଳ ସୃଷ୍ଟି କରିଛି।

{"id":278924,"width":581,"height":374,"sizeSlug":"large"}

ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କୁ ରେଳବାଇ ଅଧିକାରୀ ଓ କର୍ମଚାରୀମାନଙ୍କର ଦୁର୍ବ୍ୟବହାର ଭିଡିଓ ଭାଇରାଲ ହେବା ପରେ ରେଳବାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ କରାଯାଇଛି।  ଭିଡିଓରେ ଉତ୍ତରପ୍ରଦେଶ ଫିରୋଜାବାଦ ଷ୍ଟେସନରେ ରେଳବାଇ ଅଧିକାରୀ ଓ କର୍ମଚାରୀଙ୍କୁ ବିସ୍କୁଟ ବାଣ୍ଟୁଥିବାର ଦେଖାଯାଇଛି। ଚିଫ୍ ଇନିସପେକ୍ଟର ଅଫ ଟିକେଟ୍ ଡି.କେ.ଦିକ୍ଷୀତଙ୍କ ତତ୍ୱାବଧାନରେ ଶ୍ରମିକ ସ୍ପେଶାଲ ଟ୍ରେନର ଯାତ୍ରୀଙ୍କୁ ପ୍ଲାଟଫର୍ମରେ ବିସ୍କୁଟ୍ ଦିଯାଇଥିଲା।  ତେବେ କର୍ମଚାରୀମାନେ ଟ୍ରେନଠାରୁ ଦୂରରେ ରହି ଯାତ୍ରୀଙ୍କ ଉପରକୁ ବିସ୍କୁଟ୍ ଫିଙ୍ଗୁଥିବାର ଦେଖାଯାଇଛି।

{"id":278925,"sizeSlug":"large"}

ଯେଉଁ ଯାତ୍ରୀମାନେ ଟ୍ରେନରୁ ଏହାକୁ ବିରୋଧ କରୁଥିଲେ ରେଳବାଇ କର୍ମଚାରୀ ସେମାନଙ୍କୁ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜବି କରୁଥିଲେ। ଯାହାକୁ ହୁଏତ ରେଳବାଇ ମଧ୍ୟ ଗ୍ରହଣ କରି ନ ପାରନ୍ତି। ତେବେ ଷ୍ଟେସନରେ ରେଳବାଇ କର୍ମଚାରୀମାନେ ଏପରି କରୁଥିବା ଏହି ଭିଡିଓରୁ ପ୍ରମାଣିତ ହୋଇଥିବା ବେଳେ ରେଳବାଇ ଏବେ ସତର୍କ ହୋଇଛନ୍ତି। ମାର୍ଚ୍ଚ ମାସରେ ଅଚାନକ ଲକଡାଉନ୍‌ ଘୋଷଣା ସାରା ଦେଶରେ  ପ୍ରବାସୀ ଶ୍ରମିକ ଦୁର୍ଦ୍ଦଶାରେ ଘେରିଯାଇଛନ୍ତି। କାମଦାମ ହରାଇଥିବା ବେଳେ ଭୋକ ଉପାସରେ ଚାଲିଚାଲି ଘରକୁ ଫେରୁଥିବା ଦେଖାଯାଇଛି।

{"id":278927,"width":582,"height":383,"sizeSlug":"large"}

ସରକାର ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ  ନିଷ୍ପତ୍ତି ନେବା ବେଳକୁ ଅନେକ  ବିଳମ୍ବ ହୋଇ ସାରିଥିଲା। ଲୋକେ ରାସ୍ତାଘଟାରେ ଚାଲିଚାଲି ଘରକୁ ଫେରୁଥିବା ବେଳେ ପୋଲିସଠାରୁ ଆରମ୍ଭ କରି ଜନସାଧାରଣଙ୍କ ଦ୍ୱାରା ମଧ୍ୟ ନିର୍ଜାତିତ ହୋଇଛନ୍ତି। ଲକଡାଉନରେ ଦୋକାନ ବଜାର ବନ୍ଦ ଯୋଗୁ ଦିନଦିନ ଭୋକ ଶୋଷରେ ଏମାନେ ବାଟ ଚାଲିଥିବା ବେଳେ ପିଇବାକୁ ପାଣି ବି ମୁନ୍ଦେ ମିଳିନି। କିଛି ଲୋକେ ଫେରିଛନ୍ତି ତେବେ ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ଆହୁରି ଅନେକ ଲୋକେ ଏବେ ବି ଘରକୁ ଫେରିବା ଲାଗି ଛଟପଟ ହେଉଛନ୍ତି । ଏଥିରେ ଏପରି ଲୋକଙ୍କୁ ସହାୟତା ନ କରିପାରିଲେ ଅପମାନିତ ନ କରିବାକୁ ଅନେକ ନିବେଦନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.