Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଚାକିରୀ କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ମାମଲା : ରେଳବାଇ ଅଧିକାରୀ ଗିରଫ

11/10/2021 at 5:39 PM

ବାରିପଦା ୧୧।୧୦: ରେଳ ବିଭାଗରେ ଚାକିରୀ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କେନ୍ଦୁଝର ଜୋଡ଼ା ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ବାରିପଦା ଟାଉନ୍ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲାର କିଶୋର ଚନ୍ଦ୍ର ବେହେରା । ଅଭିଯୁକ୍ତ ଜଣେ ରେଳ ବିଭାଗର ଅଧିକାରୀ ସହ ଗ୍ରୁପ ସି ଓ ଡି ବିଭାଗର ସିଲେକ୍ସନ କମିଟିର ସଦସ୍ୟ ରହିଥିଲେ। ବରିପଦା ଟାଉନ୍ ଥାନାରେ ୮୫୭/୨୧ କେସ୍ ନମ୍ବରରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ବାରିପଦା ଟାଉନ ପୋଲିସ ତଦନ୍ତ କରି ଚାରି ଜଣ ଆବେଦନକାରୀଙ୍କ ସାର୍ଟିଫିକେଟ୍ ଓ ପ୍ରମାଣପତ୍ର, ଏସବିଆଇ ବ୍ୟାଙ୍କର ଗୋଟିଏ ଚେକ୍ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି।

ସୂଚନା ଅନୁସାରେ, ବାରିପଦା ଟାଉନ ଥାନା ଅନ୍ତର୍ଗତ ଜାମୁନାଦେଈପୁରର ଗୋପାଳ ଚନ୍ଦ୍ର ମହନ୍ତଙ୍କ ପୁଅ ସଦାନନ୍ଦ ମହାନ୍ତ ଅଭିଯୁକ୍ତ କିଶୋର ଚନ୍ଦ୍ର ମହାନ୍ତଙ୍କ ସହିତ ଗତବର୍ଷ ପରିଚିତ ହୋଇଥିଲେ। ରେଳ ବିଭାଗରେ ଗ୍ରୁପ୍-ସି ଏବଂ ଗ୍ରୁପ୍-ଡି ନିଯୁକ୍ତିରେ ଲାଞ୍ଚ କାରବାର କରି ଅନେକ ପ୍ରାର୍ଥୀଙ୍କୁ ଚାକିରୀରେ ନିୟୋଜିତ କରିଦେବାକୁ କହି  ସଦାନନ୍ଦଙ୍କ ପୁଅଙ୍କ ନିକଟରୁ ମୋଟ୍ ୯ ଲକ୍ଷ ୩୧ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା କୌଣସି ଚାକିରୀ କରାଇ ନ ଦେବାରୁ ଥାନାରେ ଲିଖିତ ମାମଲା ରୁଜ୍ଜୁ ହୋଇଥିଲା। ଅଭିଯୁକ୍ତ କିଶୋର ଚନ୍ଦ୍ର ବେହେରା ୪ ବର୍ଷ ପୂର୍ବେ ରେଳବାଇ ଚାକିରୀ ସ୍କାମ୍ ର୍ୟାକେଟରେ ଜଡିତ ଥିଲେ ଏବଂ ସେହି ସମୟରେ ଭୁବନେଶ୍ବର କମିଶନରେଟ୍ ଥାନାରେ ମାମଲା ରୁଜ୍ଜୁ କରି ତାଙ୍କୁ ଗିରଫ କରାଯାଇଥିଲା।

   Related Posts