ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ, ରେଳ ବିଭାଗ ଅଧିକାରୀ ଗିରଫ

Published By : Prameya-News7 Bureau | October 11, 2021 IST

ବାରିପଦା ୧୧/୧୦: ରେଳ ବିଭାଗରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କେନ୍ଦୁଝର ଜୋଡ଼ା ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ବାରିପଦା ଟାଉନ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲାର କିଶୋର ଚନ୍ଦ୍ର ବେହେରା। ଅଭିଯୁକ୍ତ ଜଣେ ରେଳ ବିଭାଗର ଅଧିକାରୀ । ଏହା ସହିତ ଗ୍ରୁପ ସି ଓ ଡି ବିଭାଗର ସିଲେକ୍ସନ କମିଟିର ସଦସ୍ୟ ରହିଥିଲେ। ବରିପଦା ଟାଉନ୍ ଥାନାରେ ୮୫୭/୨୧ କେସ୍ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା।

{"id":525888,"width":757,"height":521,"sizeSlug":"full","linkDestination":"none"}

ବାରିପଦା ଟାଉନ ପୋଲିସ ତଦନ୍ତ କରି ଚାରି ଜଣ ଆବେଦନକାରୀଙ୍କ ସାର୍ଟିଫିକେଟ୍, ଗୋଟିଏ ଏସବିଆଇ ବ୍ୟାଙ୍କର ଚେକ୍ ଓ ଅଭିଯୁକ୍ତର ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି। ସୂଚନା ଅନୁସାରେ ଗତ ଛଅ ତାରିଖ ରାତି ୯ଟା ୩୦ ମିନିଟ ସମୟରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ଜାମୁନାଦେଈପୁରର ଗୋପାଳ ଚନ୍ଦ୍ର ମହନ୍ତଙ୍କ ପୁଅ ସଦାନନ୍ଦ ମହାନ୍ତ (୫୨) ଅଭିଯୋଗ ଅନୁସାରେ ଅଭିଯୁକ୍ତ କିଶୋର ଚନ୍ଦ୍ର ମହାନ୍ତଙ୍କ ସହିତ ଗତବର୍ଷ ପରିଚିତ ହୋଇଥିଲେ।

ରେଳ ବିଭାଗରେ ଗ୍ରୁପ୍-ସି ଏବଂ ଗ୍ରୁପ୍-ଡି ନିଯୁକ୍ତିରେ ଲାଞ୍ଚ କାରବାର କରି ଅନେକ ପ୍ରାର୍ଥୀଙ୍କୁ ଚାକିରିରେ ଭର୍ତ୍ତି କରିଦେବାକୁ କହି ସଦାନନ୍ଦଙ୍କ ପୁଅଙ୍କ ନିକଟରୁ ମୋଟ ୯ ଲକ୍ଷ ୩୧ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା। ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା କୌଣସି ଚାକିରି ନକରାଇ ଦେବାରୁ ଥାନାରେ ଲିଖିତ ମାମଲା ରୁଜୁ ହୋଇଥିଲା। ଅଭିୟୁକ୍ତ କିଶୋର ଚନ୍ଦ୍ର ବେହେରା ନାମରେ ଚାରି ବର୍ଷ ପୂର୍ବେ ରେଳବାଇ ଚାକିରି ସ୍କାମ ରାକେଟରେ ଜଡିତ ଥିଲେ ଏବଂ ସେହି ସମୟରେ ଭୁବନେଶ୍ବର କମିଶନରେଟ ଥାନାରେ ମାମଲା ରୁଜୁ କରି ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.