ବରିଷ୍ଠ ରେଲ୍‌ଓ୍ବେ ଅଧିକାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ସିବିଆଇ, କୋଟିଏ ଟଙ୍କା ଜବତ

Published By : Prameya-News7 Bureau | January 17, 2021 IST

ନୂଆଦିଲ୍ଲୀ ୧୭/୦୧: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ଜଣେ ବରିଷ୍ଠ ରେଲ୍‌ଓ୍ବେ ଅଧିକାରୀ ମହେନ୍ଦ୍ର ସିଂହ ଚୌହାନଙ୍କୁ କୋଟିଏ ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ କରିଛି। ମହେନ୍ଦ୍ର ସିଂହଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ। ସେମାନଙ୍କ ପାଖରୁ ଏକ କୋଟି ଟଙ୍କା ମଧ୍ୟ ଜବତ ହୋଇଛି। ୧୯୮୫ ବ୍ୟାଚ୍‌ର ଅଧିକାରୀ ମହେନ୍ଦ୍ର ସିଂହ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।

ତେବେ ରେଲଓ୍ବେରେ ଲାଞ୍ଚ କରାବାର ନେଇ ଏହା ବଡ଼ ମାମଲା। ଅଧିକାରୀ ଜଣଙ୍କ ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର ରେଲ୍ଓ୍ବେଜ୍‌ରେ ଚାକିରି ଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ମହେନ୍ଦ୍ର । ସିବିଆଇ ୫ ରାଜ୍ୟର ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଥିଲା। ଏହାରି ଭିତରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ହଜାରେ କୋଟି ଘୋଟାଲାରେ ଦୁଇ ଚୀନ ନାଗରିକଙ୍କୁ ଗିରଫ କରିଛି।

୪ ଜାନୁଆରୀରେ ଚାର୍ଲି ପେଙ୍ଗ ଓ କାର୍ଟ ଲିଙ୍କୁ ଗିରଫ କରିଛି ଇଡି। ଶନିବାର ଦିନ ଏକ ସ୍ଥାନୀୟ କୋର୍ଟରେ ସେମାନଙ୍କୁ ହଜାର କରାଯାଇଥିଲା। କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.