Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କିନ୍ନରଙ୍କ ପ୍ରତି ରେଳମନ୍ତ୍ରାଳୟ କଠୋର, ଟ୍ରେନରେ ଚାନ୍ଦା ଆଦାୟ ପାଇଁ ଗିରଫ ହୋଇଛନ୍ତି ୭୩ ହଜାର

25/04/2019 at 9:53 PM

ନୂଆଦିଲ୍ଲୀ ୨୫।୪:   ରେଳ ଯାତ୍ରାରେ କିନ୍ନରଙ୍କ ଦୁଷ୍ଟାମୀ ସହ ପ୍ରାୟ ସମସ୍ତେ ପରିଚିତ। ସେମାନେ ଜବରଦସ୍ତ ବଗି ଭିତରକୁ ପଶି ଚାନ୍ଦା ମାଗିଥାନ୍ତି । ବେଳେବେଳେ ଏଥି ପାଇଁ ଅପ୍ରିତିକର ପରିସ୍ଥିତି ମଧ୍ୟ ଉପୁଜିଥାଏ । ଅନେକ ସମୟରେ ଯାତ୍ରୀମାନେ ଏ ନେଇ ରେଳବାଇରେ ଅଭିଯୋଗ ମଧ୍ୟ କରିଥାନ୍ତି । ହେଲେ ଏପର୍ଯ୍ୟନ୍ତ ଯାତ୍ରୀଙ୍କ ଅଭିଯୋଗକୁ ଅଣଦେଖା କରିଆସୁଥିବା ରେଳବାଇ କିନ୍ନରଙ୍କ ଉପରେ ଏବେ କଡା କାର୍ଯ୍ୟାନୁଷ୍ଠାନ କରୁଛନ୍ତି । ଟ୍ରେନରେ ପଶି ଏଭଳି ହରକତ କରୁଥିବା କିନ୍ନରଙ୍କୁ ଗିରଫ କରାଯାଉଛି।

କିନ୍ନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଅଧିକାର ଆଇନରେ ରେଳମନ୍ତ୍ରାଳୟଙ୍କୁ ମଗାଯାଇଥିବା ତଥ୍ୟରୁ ଏହି ସୂଚନା ମିଳିଛି ।  ଟ୍ରେନରେ କିନ୍ନରଙ୍କ ଏଭଳି କାର୍ଯ୍ୟକଳାପକୁ ଅବୈଧ ଘୋଷଣା କରାଯାଇଥିବା ବେଳେ ଗତ ୪ ବର୍ଷରେ ୭୩ ହଜାର ଜଣଙ୍କୁ ଗିରଫ କରାଗଲାଣି । ଅର୍ଥାତ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରୁ ୫୦ ଜଣ ଗିରଫ ହେଉଥିବା ବେଳେ କେବଳ ଗତ ବର୍ଷ ୨୦ ହଜାର କିନ୍ନର ଗିରଫ ହୋଇଥିବା ରେଳବାଇ ସୂଚନା ଦେଇଛନ୍ତି । ଏବେ ରେଳ ସୁରକ୍ଷା ବଳ ଏଭଳି ଘଟଣାର ନିୟମିତ ଯାଞ୍ଚ କରୁଥିବା ବେଳେ ବିଶେଷ ଅଭିଯାନ ମଧ୍ୟ ଚଳାଉଛନ୍ତି ।  

   Related Posts