Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ଜାଣନ୍ତୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରେଳ ବାତିଲ ଖବରର ସତ୍ୟତା, କ’ଣ କହିଛନ୍ତି ରେଳମନ୍ତ୍ରାଳୟ

10/08/2020 at 8:57 PM

ନୂଆଦିଲ୍ଲୀ ୧୦।୮:  ସାରା ଦେଶରେ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରହିବା ଖବରକୁ କେନ୍ଦ୍ର ରେଳ ମନ୍ତ୍ରାଳୟ ଅସତ୍ୟ ଓ ଗୁଜବ ବୋଲି କହିଛନ୍ତି। ଟ୍ରେନ ବାତିଲ ନେଇ ମିଥ୍ୟା ଖବର ସୋମବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୂର୍ବ ଓ ମଧ୍ୟ ରେଳ ଏ ନେଇ ସୂଚନା ପାଇବା ପରେ କେନ୍ଦ୍ର ରେଳମନ୍ତ୍ରାଳୟ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏପରି କୌଣସି ନିଷ୍ପତ୍ତି ନିଆଯାଇନଥିବା ସ୍ପଷ୍ଟ କରିଦେଇଛନ୍ତି।

କୋଭିଡ ମହାମାରୀ ଯୋଗୁ ରେଳ ଯାତ୍ରୀ ସଂଖ୍ୟା ହ୍ରାସ ହୋଇଛି। ଏଣୁ ଦେଶରେ ଚଳାଚଳ କରୁଥିବା ଟ୍ରେନ୍‌ ଲୋକଙ୍କ ଆବଶ୍ୟକତା ପୂରଣ ଲାଗି ଯଥେଷ୍ଟ ହେଉଛି ବୋଲି ରେଳମନ୍ତ୍ରାଳୟ କହିଛନ୍ତି। ଏଣୁ ନିୟମିତ ଓ ପ୍ରଚଳିତ ସ୍ୱତନ୍ତ୍ର ଟ୍ରେନ୍‌ ଯାତ୍ରୀ ସେବା ଆବଶ୍ୟକତା ପୂରଣ କରିପାରୁଥିବାରୁ ଏତିକିରେ ସେବା ଯୋଗାଇ ଦିଆଯିବ ବୋଲି ଟ୍ୱିଟ୍‌ ରେ ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି ।

ତେବେ ପୂର୍ବାପେକ୍ଷା ଟ୍ରେନ ସଂଖ୍ୟା ହ୍ରାସ ହୋଇଥିବାରୁ ଟ୍ରେନରେ ଯାତ୍ରୀଙ୍କୁ ଟିକେଟ୍ ମିଳିବା କଷ୍ଟକର ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି। ଧାନବାଦ ଦେଇ ଯାଉଥିବା ହାୱଡା-ନୂଆଦିଲ୍ଲୀ ରାଜଧାନୀଏକ୍ସପ୍ରେସ୍, ହାୱଡା ଯୋଧପୁର ଏକ୍ସପ୍ରେସ୍, ହାୱଡା-ନୂଆଦିଲ୍ଲୀ ପୂର୍ବା ଏକ୍ସପ୍ରେସ୍ ଓ କୋଲକାତା-ଅମୃତସର ଏକ୍ସପ୍ରେସରେ ଅଗଷ୍ଟମାସ ତମାମ ସିଟ୍ ରିଜର୍ଭ ହୋଇଯାଇଥିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।

   Related Posts