ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନୁପସ୍ଥିତିରେ ରେଳମନ୍ତ୍ରୀ ପିୟୁଷ ଗୋୟଲ ସମ୍ଭାଳିବେ ଅର୍ଥ ମନ୍ତ୍ରାଳୟ

Published By : Prameya-News7 Bureau | January 24, 2019 IST

ଦିଲ୍ଲୀ ୨୪/୧ : ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଅର୍ଥମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି | ପ୍ରଧାନମନ୍ତ୍ରୀଙ୍କ ଉପଦେଶକ୍ରମେ ରାଷ୍ଟ୍ରପତି ଭବନରେ ଏକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି | ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ କ୍ୟାନସର ହୋଇଥିବା ଯୋଗୁଁ ସେ ଚିକିତ୍ସା ପାଇଁ ଜାନୁଆରୀ ୧୩ ତାରିଖରୁ ଆମେରିକା ଯାଇଛନ୍ତି | ତେଣୁ ତାଙ୍କ ଅନୁପସ୍ଥିତିରେ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ପିୟୁଷ ଗୋୟଲ ସମ୍ଭାଳିବେ | ସେ ପର୍ଯ୍ୟନ୍ତ ଅରୁଣ ଜେଟଲୀ ବିନା ଦାୟିତ୍ୱରେ ରହିବେ | ଏହା ପୂର୍ବରୁ ମଧ୍ୟ ଜେଟଲୀ ଯେତେବେଳେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ ସେତେବେଳେ ମଧ୍ୟ ପିୟୁଷ ଗୋୟଲ ଅର୍ଥମନ୍ତ୍ରୀ ଭାବେ ସମସ୍ତ ଦାୟିତ୍ୱ ବହନ କରିଥିଲେ | ଫେବୃଆରୀ ୧ ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନା ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.