Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ଘରୁ ଟ୍ରେନ୍ ଯାଏଁ ପହଞ୍ଚିଯିବ ଯାତ୍ରୀଙ୍କ ଲଗେଜ୍: ରେଲୱେ ଆରମ୍ଭ କଲା ବିଶେଷ ସେବା

28/01/2021 at 5:38 PM

ନୂଆଦିଲ୍ଲୀ ୨୮/୦୧ : ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଆପଣଙ୍କର ଲଗେଜ୍ ଅଧିକ ଅଛି ତାହେଲେ ଆଉ ଚିନ୍ତା କରିବାର ନାହିଁ। ଆପଣଙ୍କ ଏହି ସମସ୍ୟା ଖୁବ ଶୀଘ୍ର ଦୂର ହେବାକୁ ଯାଉଛି। ଭାରତୀୟ ରେଲୱେ ନୂଆ ସେବା ଆରମ୍ଭ କରିଛି। ରେଲୱେ ତରଫରୁ ଆପଣଙ୍କ ଲଗେଜ୍ ଆପଣଙ୍କ ଘରୁ ଆପଣଙ୍କ ରିଜର୍ଭ ସିଟ୍ କିମ୍ବା ଆପଣଙ୍କ ଗନ୍ତବ୍ୟ ସ୍ଥଳ ଯାଏଁ ପହଞ୍ଚାଇବାକୁ ସେବା ଆରମ୍ଭ ହୋଇଛି। ଏହା ଏକ ଅନଲାଇନ ସେବା ଯାହା ଆପଣଙ୍କ ମୋବାଇଲରେ ସହଜରେ ଉପଲବ୍ଧ ହେବ।

ପ୍ରାପ୍ତ ସୂଚନା ଅନୁଯାୟୀ, ରେଳ ଯାତ୍ରୀ ବର୍ତ୍ତମାନ ନିଜ ନିଜ ଜିନିଷ ସହ ପାର୍ସଲ୍ ମଧ୍ୟ ଏହି ଅନଲାଇନ୍ ସେବା ମାଧ୍ୟମରେ ପଠାଇ ପାରିବେ। ଭାରତୀୟ ରେଲୱେ ତରଫରୁ ଅହମଦାବାଦ ଡିଭିଜନରେ ସର୍ବ ପ୍ରଥମେ ଏହି ସେବା ଆରମ୍ଭ କରାଯାଇଛି। ପାଇଲଟ୍ ପ୍ରୋଜେକ୍ଟ ଅନୁଯାୟୀ ଏହି ସେବା ଆରମ୍ଭ ହୋଇଛି। ଯଦି ଆପଣ ଏହି ସେବାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ www.bookbaggage.com କୁ ଯାଇ ପଞ୍ଜିକରଣ କରିବାକୁ ହେବ। ଅଥବା ନିଜ ମୋବାଇଲରେ bookbaggage ଆପ୍ ଡାଉନଲୋଡ୍ କରିବାକୁ ହେବ।

ୱେବସାଇଟ କିମ୍ବା ଆପରେ ପଞ୍ଜିକରଣ ପରେ ଆପଣଙ୍କୁ ନିଜ କୋଚ ଓ ଜିନିଷର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ହେବ। ଟ୍ରେନ୍ ଛାଡିବାର ୪-୫ ଘଣ୍ଟା ପୂର୍ବରୁ ଆପଣଙ୍କ ଘରୁ ଆପଣଙ୍କ ଲଗେଜ୍ ନିଆଯିବ ଓ ଆପଣଙ୍କ ସିଟ ଯାଏଁ ପହଞ୍ଚାଇ ଦିଆଯିବ। ଯଦି ଆପଣ ନିଜ ଗନ୍ତବ୍ୟ ସ୍ଥଳ ଯାଏଁ ଏହି ସେବା ଚାହୁଁଛନ୍ତି ତାହେଲେ ତାର ଲାଭ ମଧ୍ୟ ଉଠେଇ ପାରିବେ। ଏଥିପାଇଁ ଆପଣଙ୍କୁ ଲଗେଜ୍ ଅନୁଯାୟୀ ୫୦ ଟଙ୍କାରୁ ୬୦୦ ଟଙ୍କା ଯାଏଁ ଦେବାକୁ ହେବ।

ଏହି ସେବାର ସବୁଠାରୁ ଖାସ୍ କଥା ହେଲା ଆପଣଙ୍କ ଲଗେଜରେ ବାରକୋଡ୍ ଡିଟେଲ୍ ରହିବ ଯାହାଦ୍ୱାରା ଆପଣ ତାକୁ ଅନଲାଇନ୍ ଟ୍ରାକ୍ ବି କରିପାରିବେ। ଆପଣଙ୍କ ଲଗେଜ୍ ଭଲ ଭାବେ ସାନିଟାଇଜ୍ ଓ ରାପ୍ ମଧ୍ୟ କରାଯିବ। ଏହି ସେବାରେ କୁଲିଙ୍କୁ ମଧ୍ୟ ସାମିଲ କରାଯାଇଛି। ଯାହାଫଳରେ ତାଙ୍କୁ ବି ରୋଜଗାର ମିଳିବ। ଯାତ୍ରୀ ରେଲୱେର ଏହି ସେବାକୁ ଖୁବ ପ୍ରଶଂସା କରୁଛନ୍ତି। ଏହି ସେବା ଯୋଗୁଁ ରେଲୱେକୁ ମଧ୍ୟ ଅତିରିକ୍ତ ଲାଭ ହେବ।

   Related Posts