Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କରୋନା ବିରୋଧରେ ଲଢେଇ ଲାଗି ରେଳବାଇ ପ୍ରସ୍ତୁତ, ଟ୍ରେନ୍‌ରେ ଲାଗିଲା ଅତ୍ୟାଧୁନିକ ପୋଷ୍ଟ କୋଭିଡ୍ କୋଚ୍

15/07/2020 at 7:14 PM

ନୂଆଦିଲ୍ଲୀ ୧୫।୭:  କରୋନା ଭାଇରସ ମହାମାରୀର ମୁକାବିଲା ଲାଗି ଭାରତୀୟ ରେଳ ନିଜକୁ ପ୍ରସ୍ତୁତ କରିନେଇଛନ୍ତି।  ରେଳ ଯାତ୍ରାରେ  ଯେପରି କେହି କୋଭିଡ-୧୯ ସଂକ୍ରମଣର ଶିକାର ନ ହୁଅନ୍ତି ସେଥିପାଇଁ ରେଳବାଇ ଟ୍ରେନ୍‌ରେ ପୋଷ୍ଟ କୋଭିଡ କୋଚ୍‌ ସଂଯୁକ୍ତ କରିବା ଆରମ୍ଭ କରିଛନ୍ତି। ରେଳବାଇ କୋଚ୍ ଫ୍ୟାକ୍ଟ୍ରି କପୁରଥାଲାରେ ଏଥିଲାଗି ସ୍ୱତନ୍ତ୍ର କୋଚ୍‌ ନିର୍ମାଣ କରାଯାଇଥିବା ବେଳେ ଯାତ୍ରୀଙ୍କ ଲାଗି ସମସ୍ତ ଅତ୍ୟାଧୁନିକ ସୁବିଧା ଓ ସୁଯୋଗ ରହିଛି। 

ରେଳବାଇଙ୍କ ଏହି ନୂଆ କୋଚ୍‌ରେ ଡୋର ହ୍ୟାଣ୍ଡଲ କପର କଭର  ଲଗାଯାଇଥିବା ବେଳେ ଯାତ୍ରାକାଳରେ ଯାତ୍ରୀଙ୍କୁ ପାଣି ଲାଗି ଆଉ ଟ୍ୟାପ୍‌ ମୋଡିବାକୁ ପଡିବନି। ସେହିପରି ବଗିର ଶୌଚାଳୟରେ ପାଦରେ ଚାଳିତ ଫ୍ଲସ ସ୍ୱିଚ୍ ମଧ୍ୟ ରହିଛି। ଏହା ଛଡା ଟ୍ରେନରେ ଶୁଦ୍ଧ ବାୟୁ ଲାଗି ପ୍ଲାଜମା ବାୟୁ ବିଶୁଦ୍ଧିକରଣ ମଧ୍ୟ ଲାଗିଛି।  ଯାତ୍ରୀଙ୍କୁ ଯାତ୍ରା କାଳରେ ଯେପରି ବାରମ୍ବାର କେଉଁଥିରେ ହାତ ଲଗାଇବାକୁ ନ ପଡେ ସେଥିଲାଗି ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଇଛି।

ଏଥିରେ ବଗି ଶୌଚାଳୟ ଦ୍ୱାରା ଖୋଲିବା ଓ ଭିତରୁ ବନ୍ଦ କରିବା ଲାଗି ପାଦରେ ସ୍ୱିଚ୍‌ ବ୍ୟବସ୍ଥା ରହିଛି। ସେହିପରି ଅଟୋମେଟିକ୍ ସାବୁନ୍‌ ଡିସ୍ପେନସର ମଧ୍ୟ ଲାଗିଛି। ପ୍ରାରମ୍ଭିକ  ପର୍ଯ୍ୟାୟରେ ରେଳବାଇ ୨ଟି ଏସି ଓ ୨ଟି ନନ ଏସି କୋଚ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ଏସି କୋଚରେ ପ୍ଲାଜମା ଏୟାର ପ୍ୟୁରିଫେୟର ରହିଛି। ଯାହା ବାତାନୁକୂଳିତ ବଗିରେ ଧୂଳିକଣା ଅବଶୋଷ କରିବ।  ସେହିପରି ଯାତ୍ରା ବେଳେ ଲୋକେ ଜାଣତରେ ହେୁ ବା ଅଜାଣତରେ ବାରମ୍ବାର ହାତ ଲଗାଉଥିବା ସ୍ଥାନସବୁକୁ ଚିହ୍ନଟ କରି ଟିଟାନିୟମ ଡାଇଅକ୍ସାଇଡ ପରସ୍ତ ଲଗାଇ ଦିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସବୁ ଉତ୍ତର-ପଶ୍ଚିମ ରେଳକୁ  ପ୍ରଦାନ କରାଯାଇଥିବା ବେଳେ ପରେ ପର୍ଯ୍ୟାୟକ୍ରମେ ଅନେୟ ରେଳବାଇ ଲାଗି ମଧ୍ୟ ସମାନ ବଗି ପ୍ରସ୍ତୁତ କରାଯିବ ବୋଲି ଆଶା କରାଯାଉଛି।  

   Related Posts