ବଜେଟ୍ ୨୦୧୯-୨୦ : ଭାରତୀୟ ରେଳବାଇର ଆଧୁନୀକିକରଣ ପାଇଁ ୫୦ ଲକ୍ଷ କୋଟି ନିବେଶ ଲକ୍ଷ୍ୟ

Published By : Prameya-News7 Bureau | July 05, 2019 IST

ନୂଆଦିଲ୍ଲୀ ୫|୭: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ଥର ବ୍ରିଫକେସ୍ ବଦଳରେ ନାଲି କପଡା ବ୍ୟାଗ୍ ରେ ବଜେଟ୍ । ବଜେଟ୍ ର ନାଁ ବଦଳି ଦେଶର ବହିଖାତା ହୋଇଛି । ଲୋକସଭାରେ ବଜେଟ୍ 'ଦେଶର ବହିଖାତା' ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।

୨୦୩୦ ସୁଦ୍ଧା ଭାରତୀୟ ରେଳବାଇର ଆଧୁନୀକିକରଣ ପାଇଁ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ପଡିିବ । ରେଲଓ୍ବେରେ ଘରୋଇ ଭାଗିଦାରୀ ବଢିବ । ରେଳ ଭିତ୍ତିଭୂମି ପାଇଁ ୫୦ହଜାର କୋଟି ଆବଶ୍ୟକ । ୨୦୧୮-୧୯ରେ ୩ ଶହ ମେଟ୍ରୋ ଲାଇନ୍‌କୁ ମଞ୍ଜୁରୀ । ଏତେ ପରିମାଣର ପୁଞ୍ଜିନିବେଶ ସଂଗ୍ରହ ପାଇଁ ଘରୋଇ କ୍ଷେତ୍ରକୁ ମଧ୍ୟ ରେଳବାଇର ବିଭିନ୍ନ ପ୍ରକଳ୍ପରେ ସହଭାଗୀ କରାଯିବ । ଅନ୍ୟପକ୍ଷରେ ରେଳବାଇ ଉପରେ ମାଲ ପରିବହନ ଚାପ କମାଇବାକୁ ଜଳମାର୍ଗରେ ପରିବହନକୁ ପ୍ରେତ୍ସାହିତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.