‘ବ୍ୟାଗ୍‌ ଅନ୍ ହ୍ବିଲ୍ସ’ ସେବା ଆରମ୍ଭ କଲା ରେଲ୍‌ଓ୍ବେ, ଜାଣନ୍ତୁ କେମିତି ଉଠାଇବେ ଲାଭ

Published By : Prameya-News7 Bureau | October 23, 2020 IST

ନୂଆଦିଲ୍ଳୀ ୨୩/୧୦:  ଟ୍ରେନ୍‌ ଯାତ୍ରା ସୁଖଦ ହେବା ନିହାତି ଦରକାର। ବେଳେ ବେଳେ ଯାତ୍ରୀ ନିଜ ଲଗେଜ୍‌ ପାଇଁ ବହୁ ଅସୁବିଧାରେ ପଡ଼ନ୍ତି। ଏପରିକି ବିଳମ୍ବିତ ରାତିରେ ଷ୍ଟେସ୍‌ନରେ ଓହ୍ଲାଇବା ପରେ ନିଜ ସହିତ ଆଣିଥିବା ଜିନିଷ ପତ୍ର ଘରକୁ ନେବାକୁ ବି ଚିନ୍ତାରେ ପଡ଼ନ୍ତି ଯାତ୍ରୀ। ଏବେ ଆଉ ଚିନ୍ତା କରିବାର ନାହିଁ । ଷ୍ଟେସନ୍‌ରେ ପହଞ୍ଚିବା ମାତ୍ରେ ଆପଣଙ୍କ ଲଗେଜ୍‌ ଘରେ ପହଞ୍ଚାଇବା ଦାୟିତ୍ବ ନେବ ରେଳ ବିଭାଗ। ଏଥିପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ବ୍ୟାଗ୍‌ ଅନ୍ ହ୍ବିଲ୍ସ’ ସେବା।

ଦିଲ୍ଲୀ, ଗାଜିୟାବାଦ ଓ ଗୁରୁଗ୍ରାମ ରେଳ ଷ୍ଟେସନ୍‌ରେ ଏଭଳି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଉତ୍ତର ରେଲ୍‌ଓ୍ବେ। ଏହି ସେବା ଯୋଗାଇବାକୁ ଏକ ଆପ୍‌ ଲଞ୍ଚ ହେବାକୁ ଯାଉଛି। ଏହି ସେବା ଏବେ ନୂଆଦିଲ୍ଳୀ, ଦିଲ୍ଲୀ ଜଙ୍କସନ୍‌, ହଜରତ ନିଜାମୁଦ୍ଦିନ, ଦିଲ୍ଲୀ କ୍ୟାଣ୍ଟ, ଦିଲ୍ଲୀ ସରାୟ ରୋହିଲ୍ଲା, ଗାଜିୟାବାଦ ଓ ଗୁରୁଗ୍ରାମ ରେଳ ଷ୍ଟେସନ୍‌ରେ ଯାତ୍ରୀଙ୍କୁ ‘ବ୍ୟାଗ୍‌ ଅନ୍ ହ୍ବିଲ୍ସ’ ସେବା ମିଳିବ।

ତେବେ ଏଭଳି ସେବା ପାଇବାକୁ ଯାତ୍ରୀଙ୍କୁ ବହୁ କମ୍‌ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। କିନ୍ତୁ ଯାତ୍ରୀଙ୍କ ଯାତ୍ରା ସମୟ ଓ ଲଗେଜ୍‌ ପରିମାଣ ହିସାବରେ ଏହି ସେବା ଉପଲବ୍ଧ କରାଯିବ ବୋଲି ଜଣାପଡ଼ିଛି। ନର୍ଦେନ ରେଲ୍‌ଓ୍ବେ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଆଗାମୀ ଦିନରେ ଏହାକୁ ସମସ୍ତ ପ୍ରମୁଖ ରେଳ ଷ୍ଟେସନ୍‌ ଗୁଡ଼ିକରେ ଲାଗୁ କରାଯିବ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.