ରେଲଓ୍ବେ ଗୁଡସ୍ ଗାର୍ଡ଼ଙ୍କୁ ମିଳିଥାଏ ୮୦ହଜାର ଟଙ୍କା ଦରମା : ଜାଣନ୍ତୁ ସବୁଠୁ ଅଧିକ ଦରମା କେଉଁ ପଦରେ

Published By : Prameya-News7 Bureau | October 02, 2019 IST

ନୂଆଦିଲ୍ଲୀ ୨/୧୦: ରେଲଓ୍ବେରେ  ଲଗାତାର ନିଯୁକ୍ତି ଚାଲିଛି। ଏପରି ପରିସ୍ଥିତିରେ ଆମ ମନରେ ପ୍ରଶ୍ବ ଉଠିଥାଏ ଯେ ଯେଉଁ ପରୀକ୍ଷା ପାଇଁ ଆମେ ପ୍ରସ୍ତୁତି କରୁଛୁ ସେହି ଚାକିରୀରେ ଆମକୁ କେତେ ଟଙ୍କା ଦରମା ମିଳିବ।

 ରେଲଓ୍ବେରେ ୪ଟଇ ବିଭାଗ ରହିଥାଏ। ଆଜି ଆମେ ଜାଣିବା ଗ୍ରୁପ୍ ସି ବିଷୟରେ। ଗ୍ରୃପ୍ ସିରେ ଏକ ପଦ ରହିଥାଏ ତାହା ହେଉଛି ରେଲଓ୍ବେ ଗୁଡସ୍ ଗାର୍ଡ଼ଙ୍କର। ଏହି ପଦର ଦରମା ପାଖାପାଖି ୪୫ହଜାର ଟଙ୍କା ହୋଇଥାଏ। ଏହା ଅଲଗା ଅଲଗା ସହରରେ ନିର୍ଦ୍ଧାରିତ କରାଯାଇଥାଏ। କିନ୍ତୁ ଏହି ପୋଷ୍ଟର ଏକ ବିଶେଷତ୍ବ ଏହାର ଦରମାକୁ ବହୁତ ଅଧିକ ବଢ଼ାଇ ଦେଇଥାଏ ତାହା ହେଉଛି କିଲୋମିଟର ପର ପେ।

ଆପଣ ଯେତେ ଅଧିକ କିଲୋମିଟରର ଡ୍ୟୁଟି ଧାର୍ଯ୍ୟ କରିବେ ସେଥିପାଇଁ ରେଲଓ୍ବେ ଆପଣଙ୍କୁ ଅଲଗା ଭାବେ ପେମେଣ୍ଟ କରିବ। ୧କିଲୋମିଟର ପାଇଁ ରେଲଓ୍ବେ ୪.୭୦ଟଙ୍କା ହିସାବରେ ପେମେଣ୍ଟ କରିଥାଏ। ମାସକରେ ପ୍ରତି ଗୁଡସ ଗାର୍ଡ଼ ୭ରୁ ୮ହଜାର କିଲୋମିଟର ଓଭର ଡ୍ୟୁଟି କରିଥାଆନ୍ତି। ନେଟ ପେ ରେ ତାଙ୍କ ଦରମା ୮୦ ହଜାର ଯାଏଁ ପହଞ୍ଚିଥାଏ।

ଗ୍ରୃପ ସିରେ ସବୁଠୁ ଅଧିକ ଦରମା ଜେଇଇ ପଦର ହୋଇଥାଏ। ଏଥିରେ ଯୋଗ ଦେଲେ ଆରମ୍ଭରୁ ୬୦ରୁ ୭୦ହଜାର ଟଙ୍କା ଏବଂ ଏହା ସହିତ ବିଭିନ୍ନ ପ୍ରକାର ଆଲାଉନ୍ସ ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.