ରେଲୱେ ବିଭାଗରେ ପରିବର୍ତ୍ତନ : ରେଳ ଟିକେଟ ବୁକ କରୁଥିବା କ୍ଲର୍କ ଏବେ କରିବେ ଟିଟିଇଙ୍କ କାମ

Published By : Prameya-News7 Bureau | December 14, 2018 IST

ଭୁବନେଶ୍ୱର ୧୪/୧୨ : ଭାରତୀୟ ରେଳ ବିଭାଗ ଏକ ନୂଆ ନିୟମ ଜାରି କରିଛି | ରେଳ ଟିକେଟ ବୁକ କରୁଥିବା କ୍ଲର୍କଙ୍କୁ ଟିଟିଇଙ୍କ କାମ କରିବାକୁ ରେଳ ବିଭାଗ ନିର୍ଦେଶ ଦେଇଛି | ନୂଆ ଆଦେଶ ମୁତାବକ, ଟିକେଟ ଚେକିଂ ଷ୍ଟାଫ କମ ଥିବାରୁ ଟିକେଟ ଯାଞ୍ଚ ଠିକ ଭାବେ ହୋଇପାରୁନାହିଁ | ଯେଉଁଥି ପାଇଁ ରେଳବାଇ ତରଫରୁ ରାଜସ୍ବ ବିଭାଗକୁ କ୍ଷତି ସହିବାକୁ ପଡୁଛି | ଟିକେଟ ଯାଞ୍ଚ ପାଇଁ ପର୍ଯ୍ୟାପ୍ତ ଷ୍ଟାଫ ନଥାବିରୁ ଯାତ୍ରୀଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି |

ଏହି ନିର୍ଦେଶରେ ଦର୍ଶ ଯାଇଛି ଯେ, ୬୫ ପ୍ରତିଶତ ଟିକେଟ ଅନଲାଇନ ବୁକ କରାଯାଉଛି | ଯେଉଁଥିପାଇଁ ଷ୍ଟେସନରେ ବସି ଟିକେଟ କାଟୁଥିବା କ୍ଲାର୍କଙ୍କ କାମ କମିଯାଇଛି | ଏଭଳି ସ୍ଥିତିରେ କ୍ଲର୍କଙ୍କୁ ଟ୍ରେନିଂ ଦେଇ ଟିକେଟ  ଯାଞ୍ଚ କାମରେ ଲଗାଯିବା ସମ୍ଭାବନା ଦେଖାଦେଇଛି | ସେପଟେ ଷ୍ଟେସନରେ ଯାତ୍ରୀଙ୍କ ଟିକେଟ ଯାଞ୍ଚ କରୁଥିବା ଷ୍ଟାଫଙ୍କୁ ଟ୍ରେନ ଭିତରେ ଯାତ୍ରୀଙ୍କ ଟିକେଟ ଯାଞ୍ଚ କାମରେ ଲଗାଯିବାର ସମ୍ଭାବନା ରହିଛି |

{"id":63452}

ଇସିଆରସି ରେଳବାଇର କମରସିଆଲ ବିଭାଗର ଷ୍ଟାଫ ସଂଘ | ଏହି ସଂଘ କହିବା ଅନୁଯାୟୀ ବର୍ତ୍ତମାନ ରେଳବାଇର କମରସିଆଲ ବିଭାଗରେ ୩୦ ହଜାର ପଦବୀ ଖାଲି ପଡିଛି | ପ୍ରତିବର୍ଷ ୧୦ରୁ ୧୨ ଟି ନୂଆ ଟ୍ରେନ ଚଳାଚଳ ଆରମ୍ଭ କରାଯାଉଛି | ଏଭଳି ସ୍ଥିତିରେ ରେଳବାଇରେ ଖାଲି ଥିବା ପଦବୀରେ ନୂଆ ନିଯୁକ୍ତି କରାଯାଉ ନଥିବା ସଂଘ କହିଛି | ସଂଘ କହିବା ଅନୁଯାୟୀ ରେଳବାଇରେ ପାଖାପାଖି ୩ ଲକ୍ଷ ପଦବୀ ଖାଲି ପଡିଛି | ଚଳିତ ବର୍ଷ ୪୦ ହଜାର ଷ୍ଟାଫ ଅବସର ଗ୍ରହଣ କରିଛନ୍ତି | ଏଭଳି ସ୍ଥିତିରେ ଖାଲି ପଦବୀ ପୂରଣ କରିବା ଆବଶ୍ୟକ ବୋଲି ସଂଘ ଦାବି କରିଛି | ସଂଘ କହିବା ଅନୁଯାୟୀ, ଇସିଆରସି ଷ୍ଟାଫ ଏବଂ ଟିକେଟ ଚେକିଂ ଷ୍ଟାଫଙ୍କ ଦରମା ଅଲଗା ଅଲଗା | ସେଥିପାଇଁ ଇସିଆରସି ଷ୍ଟାଫଙ୍କୁ ଟିକେକ ଚେକିଂ କାମ ପାଇଁ ନିର୍ଦେଶ ଦେବା ଠିକ ନୁହେଁ  | 

{"id":63453,"width":587,"height":391}

କେବଳ ରେଲୱେ ନୁହେଁ ବରଂ ସବୁ ବିଭାଗରେ ଆବଶ୍ୟକ ଅନୁସାରେ କାମ ବଦଳାଯିବାର  ପରମ୍ପରା ରହିଛି | ଏବେ ଆଉ କୋଇଲାରେ ଟ୍ରେନ ଚାଲୁନାହିଁ ବରଂ ଡିଜେଲରେ ମଧ୍ୟ କମ ଟ୍ରେନ ଚାଲୁଚି | ଏଭଳି ସ୍ଥିତିରେ ଇଂଜିନରେ କୋଇଲା ବା ଡିଜେଲ ପକେଇବା ଷ୍ଟାଫଙ୍କୁ ନୂଆ କାମ ଦେଇ ନୂଆ କାମରେ ଲଗାଯାଇଥାଏ | ସେଥିପାଇଁ ଯଦି ଇସିଆରସି ଷ୍ଟାଫଙ୍କ ପାଖରେ ଯଦି ବେଶୀ କାମ ନାହିଁ ତାହେଲେ ତାଙ୍କୁ ଅଲଗା କାମରେ ଲଗାଇବା ସ୍ୱାଭାବିକ କଥା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.