Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ସାତ ଘଣ୍ଟା ପୂର୍ବରୁ ଲିକ୍ ହେଲା ରେଲଓ୍ଵେ ପରୀକ୍ଷାର ପେପର, ୫ ଲକ୍ଷ ଟଙ୍କାରେ ବିକ୍ରି ହେଲା

25/01/2021 at 10:35 PM

ସୁରଟ ୨୫।୦୧: ରେଲଓ୍ଵେ ପକ୍ଷରୁ ଜାନୁଆରୀ ୩ରେ ରେଲଓ୍ଵେରେ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ବଡ ଧରଣର ହେରଫେର ହୋଇଥିବା ଖୁଲାସା ହୋଇଛି। ଜୁନିୟର କ୍ଲର୍କ ଓ କର୍ମସିଆଲ କ୍ଲକ୍‌ ପଦ ପାଇଁ ଏହି ପରୀକ୍ଷା ଏନଟିପିସି ଓ ଟିସିଏସ ଦ୍ଵାରା ଆୟୋଜନ କରାଯାଇଥିଲା। କୁହାଯାଉଛି ଏହି ପରୀକ୍ଷାର ପେପର ୭ ଘଣ୍ଟା ପୂର୍ବରୁ ହ୍ଵାଟ୍ସଆପ୍‌ରେ ଲିକ୍ କରି ଜଣେ ବ୍ୟକ୍ତି ୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲା।

ପଶ୍ଚିମ ରେଲଓ୍ଵେ ଭିଜିଲାନ୍ସ ବିଭାଗର ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ ଏହି ମାମଲାର ଖୁଲାସା ସେହି ସମୟରେ ହେଲା ଯେତେବେଳେ ଆରଆରସିର ଆନୁଷ୍ଠାନିକ ଫଳାଫଳ ଘୋଷଣା ହେବା ପୂର୍ବରୁ ଉକ୍ତ ଗ୍ୟାଙ୍ଗ ନକଲି ଓ୍ଵେବସାଇଟ୍‌ କରି ରେଜଲ୍ଟ ଘୋଷଣା କରିଥିଲା। ପ୍ରାଇଭେଟ୍ ଫାର୍ମ ଏନଟିପିସି ଓ ଟିସିଏସ ବିରୋଧରେ ମାମଲା ରୁଜୁ କରାଯାଇ ମାମଲାର ତଦନ୍ତ କରାଯାଉଛି। ପ୍ରାୟ ୧୨ ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷାକୁ  ଅନଲାଇନ୍‌ରେ ଦେଇଥିଲେ। ସୁରଟ ଏବଂ ଏହାର ଆଖପାଖରୁ ପ୍ରାୟ ଅଢେଇ ହଜାର ଛାତ୍ର-ଛାତ୍ରୀ ପରୀକ୍ଷା ଦେଇଥିଲେ।

ଭିଜିଲାନ୍ସ ବିଭାଗକୁ ଏହି ଜାଲିଆତିର ସୂଚନା ଜାନୁଆରୀ ୨୧ରେ ମିଳିଥିଲା। ଏହା ପରେ କିଛି ଅଧିକାରୀଙ୍କ ଦଳ ସାବରକୁଣ୍ଡଲା ଷ୍ଟେସନରେ ଚଢାଉ କରି କିଛି ଲୋକଙ୍କୁ ଅଟକ ରଖିଥିଲେ। ଏଥିରେ କିଛି ଚତୁର୍ଥ ଶ୍ରେଣୀର କର୍ମଚାରୀ ଥିଲେ। ଯେଉଁମାନେ ଏହି ପରୀକ୍ଷାରେ ଉଚ୍ଚ ପଦ ପାଇଁ ଆବେଦନ କରିଥିଲେ। ସେମାନଙ୍କୁ ଜାନୁଆରୀ ୩ରେ ପରୀକ୍ଷାର ସାତ ଘଣ୍ଟା ପୂର୍ବରୁ ହ୍ଵାଟ୍ସଆପ୍‌ରେ ପେପର ମିଳି ଯାଇଥିଲା।  ଏହି ରାକେଟ୍‌କୁ ଦିଲ୍ଲୀ ଓ ବିହାରରୁ ନିୟନ୍ତ୍ରଣ କରାଯାଉଥିଲା।

   Related Posts