ରେଲୱେ ରଦ୍ଦ କଲା ଆଉ ୧୦ ପାର୍ବଣ ସ୍ପେଶାଲ ଟ୍ରେନ୍, ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ

Published By : Prameya-News7 Bureau | November 09, 2020 IST

ଜୟପୁର ୦୯/୧୧ : ପଞ୍ଜାବରେ କୃଷକ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଯୋଗୁଁ ଉତ୍ତର-ପଶ୍ଚିମ ରେଲୱେ ନଭେମ୍ବର ୯ ଓ ୧୦ ତାରିଖ ପାଇଁ ଆଉ ୧୦ଟି ପାର୍ବଣ ସ୍ପେଶାଲ ଟ୍ରେନ ରଦ୍ଦ କରିଛି। ଏହାସହ ଲାଲଗଡ- ଡିବ୍ରୁଗଡ-ଲାଲଗଡ ରେଳ ସେବା ମାର୍ଗ ପରିବର୍ତ୍ତନ କରାଯାଇଛି। ଏହି ରେଳ ସେବା ରଦ୍ଦ ହେବା ଯୋଗୁଁ ଦୀପାବଳିରେ ଘରକୁ ଆସିବା ପାଇଁ ଟିକେଟ ବୁକିଂ କରିଥିବା ଯାତ୍ରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଯାତ୍ରୀଙ୍କୁ ବର୍ତ୍ତମାନ ଘରକୁ ଆସିବା ପାଇଁ ଅନ୍ୟ ଉପାୟ ଖୋଜିବାକୁ ପଡିବ।

ଉତ୍ତର-ପଶ୍ଚିମ ରେଲୱେ ମୁଖ୍ୟ ଜାଣସମ୍ପର୍କ ଅଧିକାରୀ ସୁନୀଲ ବେନୀବାଲଙ୍କ କହିବାନୁସାରେ, କୃଷକ ଆନ୍ଦୋଳନ ଯୋଗୁଁ ରେଲୱେ ଅନେକ ଟ୍ରେନ ରଦ୍ଦ କରିଛି। ଆନ୍ଦୋଳନ ଯୋଗୁଁ ରେଲୱେକୁ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଆଗାମୀ ଦୁଇ ଦିନ ଅର୍ଥାତ ୯ ଓ ୧୦ ତାରିଖ ପାଇଁ ୧୦ଟି ଟ୍ରେନ ରଦ୍ଦ କରାଯାଇଛି ଏବଂ ଗୋଟିଏ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି।

ଗାଡି ସଂଖ୍ୟା ୦୫୯୧୦ ଲାଲଗଡ- ଡିବ୍ରୁଗଡ ରେଳ ସେବା ଯାହା ନଭେମ୍ବର ୯ ତାରିଖରେ ଲାଲଗଡରୁ ପ୍ରସ୍ଥାନ କରିବାର ଥିଲା ତାହା ବର୍ତ୍ତମାନ ମାର୍ଗ ପରିବର୍ତ୍ତନ କରି ହନୁମାନଗଡ-ସାଦୁଲପୁର-ହିସାର-ଭିବାନି-ରୋହତକ ହୋଇ ସଞ୍ଚାଳିତ ହେବ।

ସୂଚନାଯୋଗ୍ୟ ଯେ ପଞ୍ଜାବରେ କୃଷକ ଆନ୍ଦୋଳନ ଯୋଗୁଁ ରାଜସ୍ଥାନରେ ଗୁର୍ଜର ଆରକ୍ଷଣ ଆନ୍ଦୋଳନ ଯୋଗୁଁ ଉତ୍ତର-ପଶ୍ଚିମ ରେଲୱେ ଲଗାତାର ଟ୍ରେନ ରଦ୍ଦ କରୁଛନ୍ତି ଓ ମାର୍ଗ ପରିବର୍ତ୍ତନ କରୁଛନ୍ତି। ରେଲୱେ ଅନୁସାରେ ଯେପର୍ଯ୍ୟନ୍ତ ଦୁଇ ରାଜ୍ୟରେ ଆନ୍ଦୋଳନ ଜାରି ରହିବ ସେପର୍ଯ୍ୟନ୍ତ ଟ୍ରେନ ରଦ୍ଦ ଓ ମାର୍ଗ ପରିବର୍ତ୍ତନ ଜାରି ରହିବ। ରାଜସ୍ଥାନରେ ଗୁର୍ଜର ଆନ୍ଦୋଳନକାରୀ ଦିଲ୍ଲୀ-ମୁମ୍ବାଇ ରେଳ ମାର୍ଗରେ ଭରତପୁର ବୟାନା ନିକଟରେ ପିଲପୁରା ରେଳ ଧାରଣା କବଜା କରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.