Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଅପରାଧ ପଦବାଚ୍ୟ ହେବନି ରେଳଗାଡ଼ି ଓ ଷ୍ଟେସନରେ ଭିକ୍ଷାବୃତ୍ତି, ବିଡ଼ି ସିଗାରେଟ୍ ଟାଣିଲେ ଆଉ ଯିବାକୁ ପଡିବନି ଜେଲ୍

7/09/2020 at 4:44 PM

ନୂଆଦିଲ୍ଲୀ ୭।୯: ରେଳବାଇ ବୋର୍ଡ ଏକ ପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି। ଯାହାକୁ ଗୃହୀତ କରିବା ଲାଗି କ୍ୟାବିନେଟ୍‌ରେ ଉପସ୍ଥାପନା କରାଯିବ । ଏହି ପ୍ରସ୍ତାବକୁ ମନ୍ତ୍ରୀମଣ୍ଡଳର ଅନୁମୋଦନ ମିଳିଲେ ଟ୍ରେନ ଅଥବା ଷ୍ଟେସନରେ ଭିକ ମାଗିବା ଆଉ ଅପରାଧ ବିବେଚନା ହେବନି। ସେହିପରି ଏହିସବୁ ସ୍ଥାନରେ ବିଡି, ସିଗାରେଟ ଟାଣିଲେ ସାମାନ୍ୟ ଜରିମାନା ଆଦାୟ କରି ଛାଡିଦିଆଯିବ ବୋଲି ଜଣାପଡିଛି।

ତେବେ ରେଳବାଇ ନିଜ ଇଛାରେ  ଏଭଳି ପ୍ରସ୍ତାବ ପ୍ରସ୍ତୁତ କରୁ ନାହାନ୍ତି। ଏଥିଲାଗି କ୍ୟାବିନେଟ୍ ସେକ୍ରେଟାରିଏଟ୍ ରେଳବାଇ ବୋର୍ଡଙ୍କୁ ଛୋଟମୋଟ ଅପରାଧ ଲାଗି ଗିରଫ, ଜେଲ ଓ ଜରିମାନା ଆଦି ପ୍ରାବଧାନ ସଂଶୋଧନ ଲାଗି ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ବୋର୍ଡ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି। ରେଳବାଇ ବୋର୍ଡଙ୍କ ଜନୈକ ଅଧିକାରୀଙ୍କ ଅନୁସାରେ ଏବେ ଟ୍ରେନ୍ କିମ୍ବା ଷ୍ଟେସନ ପରିସରରେ ଭିକ୍ଷାବୃତ୍ତିକୁ ରେଲୱେ ଆକ୍ଟ ୧୯୮୯ର ସେକ୍ସନ ୧୪୪ରେ ଅପରାଧ ବିବେଚନା କରାଯାଉଛି। ଯଦି ଏହି ସବୁ ସ୍ଥାନରେ କେହି ଭିକ୍ଷାବୃତ୍ତି କରିବା ବେଳେ ଧରାପଡନ୍ତି ତେବେ ତାଙ୍କୁ ୧ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗି ପ୍ରାବଧାନ ରହିଛି।

କେବଳ ଜରିମାନା ନୁହେଁ କେତେକ ସ୍ଥଳରେ ୧ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଅଥବା ଉଭୟ ଜେଲ ଓ ଜରିମାନା ଲାଗି ମଧ୍ୟ ବ୍ୟବସ୍ଥା ରହିଛି। ସେହିପରି ରେଲୱେ ଆକ୍ଟ ୧୯୮୯ର ଧାରା ୧୬୭ର ସଂଶୋଧନ ଲାଗି ମଧ୍ୟ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ଏଥିରେ ଟ୍ରେନ, ଷ୍ଟେସନ ଅଥବା ପ୍ଲାଟଫର୍ମରେ ବିଡି, ସିଗାରେଟ ଆଦି ମାଦକ ଦ୍ରବ୍ୟ ବ୍ୟବହାର ଲାଗି ଜେଲ ଓ ଜରିମାନା ବ୍ୟବସ୍ଥା ରହିଛି। ଏବେ ଆଇନ ସଂଶୋଧନ କରି କେବଳ ଜରିମନା ଆଦାୟ କରାଯିବ ବୋଲି ଅଧିକାରୀ କହିଛନ୍ତି।   

   Related Posts