Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୯୬୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୪୬ ଡିସଚାର୍ଜ
  • ||
  • ବଶବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ପ୍ରସ୍ତାବ ଦେଲେ ୟେଦିୟୁରପ୍ପା
  • ||
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ରେଳବାଇରୁ ହଟିଲା ଖଲାସୀ ପଦବୀ, ହେବନି ନୂଆନିଯୁକ୍ତି

7/08/2020 at 9:41 PM

ନୂଆଦିଲ୍ଲୀ ୭।୮ : ରେଳବାଇ ଖଲାସୀ ଓ ବଙ୍ଗଳା ପିଅନ ପଦବୀ ହଟାଇ ଦେଇଛନ୍ତି। ଏଣୁ ଏହି ପଦବୀ ଲାଗି ଆଉ ନୂଆ ନିଯୁକ୍ତି ହେବନି। ଏଥିପାଇଁ ରେଳବାଇ ବୋର୍ଡ ଅଗଷ୍ଟ ୬ ତାରିଖରେ ଆଦେଶ ଜାରି କରିଛନ୍ତି।  ଖଲାସୀ ଓ ବଙ୍ଗଳା ପିଅନ ପଦବୀରେ ରେଳବାଇ ଦୀର୍ଘବର୍ଷରୁ ନିଯୁକ୍ତି ଦେଇ ଆସୁଥିଲେ। ଦେଶରେ ରେଳ ପ୍ରଚଳନ କରିଥିବା ବ୍ରିଟିଶ ସରକାର ଏହି ପଦବୀ ସୃଷ୍ଟି କରିଥିବା ବେଳେ ସ୍ୱାଧୀନୋତ୍ତର ଦେଶର ରେଳବାଇରେ ମଧ୍ୟ ଏହି ପଦୀବ ଏପର୍ଯ୍ୟନ୍ତ ପ୍ରଚଳିତ ଥିଲା।

କେବଳ ଖଲାସୀ ଓ ବଙ୍ଗଳା ପିଅନ ପଦବୀ ନୁହେଁ ଟେଲିଫୋନ ଆଟେଣ୍ଡାଣ୍ଟ କମ୍ ଡାକ୍ ଖଲାସୀ (ଟିଏଡିକେ) ପଦବୀର ମଧ୍ୟ ମନ୍ତ୍ରାଳୟ ସମୀକ୍ଷା କରୁଛନ୍ତି। ଏହି ପଦବୀର ରେଳବାଇରେ ଆବଶ୍ୟକତା ଅଛି କି ନା ସେ ନେଇ ତର୍ଜମା ପରେ ନିଯୁକ୍ତି ନେଇ ନିଷ୍ପତ୍ତି ହେବ। ତେବେ ସେ ପର୍ଯ୍ୟନ୍ତ ଏହି ପଦବୀରେ ନୂତନ ନିଯୁକ୍ତି ନ କରିବା ଲାଗି ମଧ୍ୟ  ବୋର୍ଡଙ୍କ ଆଦେଶରେ ଉଲ୍ଲେଖ ରହିଛି।

ଟିଏଡିକେ ପଦବୀରେ କର୍ମଚାରୀମାନେ ପ୍ରାୟତଃ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥାନ୍ତି। ଯେଉଁମାନଙ୍କୁ ପୂର୍ବରୁ ଦୁର୍ଗମ ଅଞ୍ଚଳରେ ଅବସ୍ଥାପିତ ରେଳ ଅଧିକାରୀଙ୍କ ସହାୟତା ଲାଗି ପଠାଯାଉଥିଲା। ତେବେ ପରବର୍ତ୍ତି କାଳରେ ଏହି କର୍ମଚାରୀମାନେ ଟିକେଟ୍ ଏକଜାମିନର, ଟ୍ରେନ ପୋର୍ଟର, ବାତାନୁକୂଳିତ ବଗିରେ ମେକାନିକ୍ ଅଥବା ରନିଂ ରୁମ ରେଷାୟା ଭାବେ ଗ୍ରୁପ-ଡି ପଦବୀରେ କାମ କରିଆସୁଛନ୍ତି।

ତେବେ ଏଭଳି କର୍ମଚାରୀଙ୍କ ପ୍ରତି ଉଚ୍ଚ ପଦପଦବୀର ଅଧିକାରୀମାନେ ଦୁର୍ବ୍ୟବହାର କରୁଥିବା ନେଇ ହେଉଥିବା ଅଭିଯୋଗ ଆଧାରରେ କରାଯାଇଥିବା ତଦନ୍ତ ପରେ ଏହି ନିଷ୍ପତ୍ତି ହୋଇଛି। ଖଲାସୀ, ବଙ୍ଗଳା ପିଅନ ଓ ଟିଏଡିକେ କର୍ମଚାରୀଙ୍କ ଲାଗି ରେଳବାଇ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମଶ୍ରେଣୀ ପାସ ରଖିଥିବା ବେଳେ ଗ୍ରୁପ-ଡି କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ଓ ସୁଯୋଗ ପ୍ରଦାନ କରୁଥିଲେ।  

   Related Posts