Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ଏକ୍ସପ୍ରେସ ଟ୍ରେନ୍ ରହଣି ଦାବିରେ ନୂଆପଡାରେ ରେଳରୋକ ଆନ୍ଦୋଳନ, ବିଳମ୍ବରେ ଟ୍ରେନ୍ ଛାଡିବା ଯୋଗୁଁ ବହୁ ଭୋଟର ଛତିଶଗଡରେ ଦେଇପାରିଲେନି ଭୋଟ୍

20/11/2018 at 4:19 PM

ନୂଆପଡା ୨୦|୧୧: ଏକ୍ସପ୍ରେସ ଟ୍ରେନ୍ ରହଣି ଦାବିରେ ଆଜି ନୂଆପଡା ଓକିଲ ସଂଘ ତରଫରୁ ନୂଆପଡା ଷ୍ଟେସନରେ ରେଳରୋକ ଆନ୍ଦୋଳନ ହୋଇଥିଲା । ଅଟକି ରହିଥିଲା ପୁରୀ ଗାନ୍ଧିଧାମ ଟ୍ରେନ୍ । ସେପଟେ ଆଜି ଛତିଶଗଡରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ଭୋଟ ଦେବାକୁ ନେଇ ଆଶା ଆଉ ଆଶଙ୍କାରେ ଛତିଶଗଡର ଶତାଧିକ ଭୋଟର ରହିଥିଲେ ।

ନୂଆପଡା ଜିଲ୍ଲା ହେବାର ପଚିଶ ବର୍ଷ ହୋଇ ଗଲାଣି । ହେଲେ ଆଜି ବି ଅନେକ ସମସ୍ୟା ସମାଧାନ ହୋଇ ପାରିନି । ଯାହାପାଇଁ ଅନେକ ସମୟରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ସାଧାଣ ଜନତା । ନୂଆପଡା ଦେଇ ସମୁଦାୟ ୧୯ଟି ଟ୍ରେନ୍ ଚାଲିଛି । ତା ମଧ୍ୟରୁ ଚାରୋଟି ଏକ୍ସପ୍ରେସ ନୂଆପଡା ଷ୍ଟେସନରେ ରହୁଥିବା ବେଳେ ଅନ୍ୟ ୧୧ଟି ଏକ୍ସପ୍ରେସ ଟ୍ରେନର ଷ୍ଟପେଜ ନାହିଁ । ନୂଆପଡା ଆଖପାଖରେ ପତୋରା, ନୃଶିଂହନାଥ ଆଉ ହରିଶଙ୍କର ଭଳି ତିନୋଟି ଦର୍ଶନୀୟ ସ୍ଥାନ ରହିଛି । ଫଲରେ ପର୍ଯ୍ୟଟକ ଓ ଦର୍ଶକଙ୍କ ପାଇଁ ଯାତାୟତରେ ବହୁତ ଅସୁବିଧା ହେଉଛି । ତେଣୁ ଦିର୍ଘଦିନ ହେବ ନୂଆପଡା ଏକତା ମଞ୍ଚ ଓ ଓକିଲ ସଂଘ ତରଫରୁ ଦାବି ଉପସ୍ଥାପନ ହେଉଥିଲା । ତେବେ ବିଭାଗୀୟ କର୍ମଚାରୀମାନେ ଏଥିରେ କର୍ଣ୍ଣପାତ କରୁନାହାନ୍ତି । ଫଳରେ ଆଜି ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ଓକିଲ ସଂଘ ପକ୍ଷରୁ ରେଳ ରୋକ ଆନ୍ଦୋଳନ ଡାକରା ଦିଆଯାଇଥିଲା ।  ନୂଆପଡା ବଣିକ ସଂଘ, ବସ ଆସୋସିଏସନ, ଯୁବ ସଂଗଠନ ଓ ସ୍ଥାନୀୟ ଶତାଧିକ ଜନ ସାଧାରଣ ସମର୍ଥନ ଦେଇ ଆନ୍ଦୋଳନ ରେ ସାମିଲ ହୋଇଥିଲେ ।

ନୂଆପଡା ରେଳ ଷ୍ଟେସନରେ ପୁରୀ ଗାନ୍ଧୀଧାମ ରେଳ ଅଟକ ରହିଥିଲା । ଦୂର ଦୁରାନ୍ତରୁ ଯାତ୍ରୀମାନେ ଆସୁଛନ୍ତି ସେପଟେ ଷ୍ଟେସନରେ ସେଭଳି କିଛି ସୁବିଧା ରହି ନଥିବା ବେଳେ ଯାତ୍ରି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ପଡୋଶୀ ରାଜ୍ୟ ଛତିଶଗଡରେ ଆଜି ସାଧାରଣ ନିର୍ବାଚନ ଥିଲା । ଭୋଟ ଦେବାପାଇଁ ରାଜ୍ୟ ବାହାରେ ରହୁଥିବା ଅନେକ ଭୋଟର ନିଜ ରାଜ୍ୟକୁ ଫେରୁଥିଲେ । ତେବେ ରେଳରୋକ ଯୋଗୁଁ ସେମାନେ ମତ ଦାନ ସାବ୍ୟସ୍ତ ପାଇଁ ଠିକ ସମୟରେ ପହଞ୍ଚିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବିଭାଗୀୟ ଏଆରଏମ ପହଞ୍ଚି ଆନ୍ଦୋଳନକାରୀ ଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଆନ୍ଦୋଳନକାରୀ ନିଜ ଜିଦ ରେ ଅଟଳ ରହିଥିଲେ । କାରଣ ଥରେ ନୂହେଁ କି ଦୁଇଥର ନୂହେଁ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ସମାଧାନ କରିବାପାଇଁ ଜଣା ଯାଇଥିଲେ ମଧ୍ୟ କେହି ଶୁଣି ନାହାନ୍ତି  । ତେଣୁ ଆଜି ଘଟଣାସ୍ଥଳକୁ ଡିଆରଏମ ଆସି ନିର୍ଭରଯୋଗ୍ୟ ପ୍ରତିଶୃତି ନଦେଲା ପର୍ଯ୍ୟନ୍ତ ଆନ୍ଦୋଳନ ରୁ ଓହରିବୁ ନାହିଁ ବୋଲି ଆନ୍ଦୋଳନକାରୀ କହିଥିଲେ ।

ହକ ପାଇଁ ଆନ୍ଦୋଳନକୁ ଓହ୍ଲାଉଥିବା ସାଧାରଣ ଜନତାଙ୍କ ଦାବୀ ପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଉଗ୍ର ରୁପ ନେବାର ସମ୍ଭାବନା ରହିଛି ।

   Related Posts