ଟ୍ରେନ୍‌ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରେଳରୋକ

Published By : Prameya-News7 Bureau | October 05, 2021 IST

ସୁନ୍ଦରଗଡ଼ ୦୫।୧୦: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ପଟାସାହି ନିକଟରେ ଦୁର୍ଘଟଣା । ଟ୍ରେନ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ସେହି ଅଞ୍ଚଳ ଜଟା ମୁଣ୍ଡା ବୋଲି ଜଣାପଡିଛି ।

ଖବର ଅନୁଯାୟୀ,   କେ.ବଲାଙ୍ଗ ଥାନା ପଟାସାହି ନିକଟରେ ଟ୍ରେନ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁକୁ ନେଇ ସ୍ଥାନୀୟଲୋକେ ରେଳ ଧାରଣା ନିକଟରେ ରେଳ ରୋକ କରିଥିଲେ । ଯାହାଫଳରେ କିଛି ସମୟ ପାଇଁ ମାଲ୍‌ ବୋଝେଇ ଟ୍ରେନ୍‌ ଅଟକି ରହିଥିଲା । ଏହାପରେ ରେଳ କର୍ମଚାରୀ ବୁଝାସୁଝା କରିବା ପରେ ରେଳ ରୋକ ହଠିଥିଲା । ଏହାପରେ ମାଲ୍‌ ବୋଝେଇ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.