ଭୁବନେଶ୍ବର ୩୦/୧୦: ଓଡିଶାରେ ପ୍ରଥମ କରି ମଞ୍ଚେଶ୍ବର ରେଳ ଷ୍ଟାଡିୟମ ଠାରେ ( କଳିଙ୍ଗ ରେଳ ସଂଘ୍ରାଳୟ ) ପ୍ରତିଷ୍ଠା ହୋଇଛି । ଆଜି ଇଷ୍ଟକୋଷ୍ଟ ରେଳ ବିଭାଗର GM ବିଦ୍ୟାଭୂଷଣ ଏହାକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି ।
ପୁରାତନ ଉପକରଣ, ଯନ୍ତ୍ର, ପ୍ରଯୁକ୍ତିିବିଦ୍ୟା ଏବଂ ବିଭିନ୍ନ ମଡେଲଗୁଡିକ ଏହି ସଂଗ୍ରହାଳୟରେ କଳାକୃତି ଏବଂ ଫଟୋଗ୍ରାଫ ପ୍ରଦର୍ଶନ କରାଯାଇଛି । ରେଳ ବିଭାଗର ପ୍ରଥମ ଦିନ ଠାରୁ ପ୍ରସ୍ତୁତ ଥିବା ବିଭିନ୍ନ ଦଲିଲ, ପୁରଣା ମାନୁଆଲ , ରେଳ ମାନଚିତ୍ର, ରେଳ ଉପକରଣ ଏଠାରେ ପଦର୍ଶନ ହେବା ସହିତ ଓଡିଶାର କଳା ସଂସ୍କୃତି ଉପରେ ଆଧାରିତ ଡକ୍ୟୁମେଣ୍ଟାରୀ ,କର୍ମଚାରୀଙ୍କ ପୋଷାକ ପ୍ରଦର୍ଶିତ କରାଯାଇଛି ।
ଏହା ସହିତ ଶିଶୁମାନଙ୍କ ମନୋରଞନ ପାଇଁ ପ୍ରଥମ କରି ରେଳ ବିଭାଗ ତରଫରୁ ଏକ ଶିଶୁ ରେଳ ଗାଡି ପ୍ରଚଳନ କରାଯାଇଛି । ସ୍ବାଦିଷ୍ଟ ଖାଦ୍ୟ ପାଇଁ ଅତ୍ୟାଧୁନିକ ରେଳ ରେଷ୍ଟୁରାଣ୍ଟକୁ ବିଦ୍ୟାଭୂଷଣ ଉଦଘାଟନ କରିଛନ୍ତି । ଜନ ସାଧାରଣ ଟିକେଟ କାଟି ଏହି ମ୍ୟୁଜିୟମର ମଜା ଉଠାଇ ପାରିବେ।