Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ରେଲଓ୍ବେ ବଜେଟ୍ ୨୦୧୯ : ଦେଶର ସମସ୍ତ ବ୍ରଡଗେଜ୍ ଲାଇନ୍‌ରୁ ସବୁ ମାନବିହୀନ କ୍ରସିଂ ହଟିବ

1/02/2019 at 2:07 PM

ନୂଆଦିଲ୍ଲୀ ୧|୨:  ଆଜି ସଂସଦରେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ଅନ୍ତରୀଣ ବଜେଟ୍ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଖି ଆଗର ରଖି ଉପସ୍ଥାପନ କରାଯାଇଛି । ପୀୟୁଷ ଗୋଏଲ ରେଳ ବଜେଟ୍ ନେଇ ଘୋଷଣା କରିଛନ୍ତି । ରେଳ ଯାତ୍ରୀମାନଙ୍କ ପାଇଁ ବଜେଟ୍ ରେ ବିଭିନ୍ନ ପ୍ରକାରର ଘୋଷଣା କରାଯାଇଛି । ଅନ୍ତରୀଣ ବଜେଟ୍ ରେ ରେଲଓ୍ବେ ସହ ଜଡିତ ଘୋଷଣା କରିବା ସମୟରେ ପୀୟୁଷ ଗୋୟଲ କହିଥିଲେ ଆମ ସରକାର ରେଲଓ୍ବେର କ୍ଷତି କମ୍ କରିବା ପାଇଁ ପଦକ୍ଷେପ ନେଇଛି ।

ସେ କହିଥିଲେ ଚଳିତ ବର୍ଷ ଭାରତୀୟ ରେଳବାଇ ପାଇଁ ଏକ ନିରାପଦ ବର୍ଷ ରହିବ । ଦେଶର ସବୁ ବ୍ରଡଗେଜ୍ ଲାଇନ୍ ରୁ ସବୁ ମାନବିହୀନ କ୍ରସିଂ ହଟାଯିବ । ଦେଶର ପ୍ରଥମ ଦ୍ରୁତଗାମୀ ଟ୍ରେନ୍ ବିଷୟରେ ମଧ୍ୟ ସେ କହିଛନ୍ତି। ପ୍ରଥମ ଥର ବନ୍ଦେ ମାତରମ୍ ସେମି ହାଇସ୍ପୀଡ୍ ଟ୍ରେନ୍ ଭାରତରେ ହିଁ ପ୍ରସ୍ତୁତ ହୋଇଥିଲା । ବନ୍ଦେ ମାତରମ୍ ଏକ୍ସପ୍ରେସ୍ ରେ ଆଧୁନିକ ସୁବିଧା ଦିଆଯାଇଛି । ଆମେ ପୂର୍ବ ରାଜ୍ୟରେ ରେଲଓ୍ବେର ବିସ୍ତାର କରିଛୁ । ସରକାର ପୂର୍ବୋତ୍ତର ପାଇଁ କଣ୍ଟେନର୍ କାର୍ଗୋର ବିସ୍ତାର କରିଛନ୍ତି ।

   Related Posts