କାମରେ ଆସିଲା ‘ରେଳ ବାଇସାଇକେଲ’, ଆଉ ହେବନି ରେଳବାଇ ଟ୍ରାକ୍ ଯାଞ୍ଚ ଓ ମରାମତିରେ ବିଳମ୍ବ
30/07/2020 at 9:41 PM

ନୂଆଦିଲ୍ଲୀ ୩୦।୭: ଭାରତୀୟ ରେଳବାଇରେ ନୂତନ ଉଦଭାବନ ‘ରେଳ ବାଇସାଇକେଲ’ର ପ୍ରଚଳନ ଆରମ୍ଭ ହୋଇଛି। ରେଳ ଧାରଣାରେ ଏହା ଦ୍ରୁତ ଗତିରେ ଯାଇ ପାରୁଥିବା ବେଳେ ଏବେ ଟ୍ରାକ୍ ଯାଞ୍ଚ ଓ ମରାମତି ତ୍ୱରିତ ହେବ ବୋଲି ଆଶା କରାଯାଉଛି। ପୂର୍ବରୁ ରେଳବାଇ କର୍ମଚାରୀ ଟ୍ରାକ୍ ଉପରେ ଚାଲିଚାଲି ଧାରଣା ନିରୀକ୍ଷଣ କରୁଥିଲେ। ଯେଉଁଠି ମରାମରତି ଆବଶ୍ୟକ ହେଉଥିଲା ସେମାନେ ନିଜେ କରି ଦେଉଥିଲେ, ହେଲେ କ୍ଷତିଗ୍ରସ୍ତ ଧାରଣା ସମ୍ପର୍କରେ ସୂଚନା ପ୍ରଦାନରେ ବିଳମ୍ବ ଯୋଗୁ ମରାମତି ମଧ୍ୟ ବିଳମ୍ବିତ ହେଉଥିଲା।
Railways introduces Rail Bicycle – a novel mechanism to quickly travel on rail tracks for inspections, monitoring & urgent repairs.
— Piyush Goyal (@PiyushGoyal) July 29, 2020
Simple innovation ensuring passenger security! pic.twitter.com/H2JaqJUBtA
ଏବେ ରେଳବାଇ ସାଇକେଲ ପ୍ରଚଳନ ଯୋଗୁ କର୍ମଚାରୀ ପୂର୍ବ ଭଳି ରେଳ ଧାରଣାରେ ଚାଲିଚାଲି ନଯାଇ ସାଇକେଲ ଚଳାଇଯିବେ ଓ ଧାରଣା ନିରୀକ୍ଷଣ କରି ତୁରନ୍ତ ମରାମତିର ବ୍ୟବସ୍ଥା କରିବେ। ରେଲବାଇ ସାଇକେଲ ନେଇ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଯେଉଁଥିରେ ଆବଶ୍ୟକ ସ୍ଥଳେ ୨ ଜଣ କର୍ମଚାରୀ ଯାଇପାରୁଥିବା ଦେଖାଯାଇଛି।

ଜରୁରି ମରାମତି ନିମନ୍ତେ ରେଳଧାରଣାରେ ଦ୍ରୁତଗତିରେ ଯିବା ଅତ୍ୟନ୍ତ ଜରୁରି। ତେବେ ରେଳବାଇର ଦୀର୍ଘ ଇତିହାସରେ ଏ ସମ୍ପର୍କରେ କେବେ କଳ୍ପନା ମଧ୍ୟ କରାଯାଇ ନଥିଲା। ହେଲେ ଏକ ଶରଳ ଉଦଭାବନ ରେଳ ସୁରକ୍ଷା କ୍ଷେତ୍ରରେ ଶତାଧିକ ବର୍ଷରୁ ରହି ଆସିଥିବା ସମସ୍ୟା ଦୂର କରିପାରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ତାଙ୍କ ଟ୍ୱିଟ୍ ପୋଷ୍ଟରେ ଆଶାବ୍ୟକ୍ତ କରିଛନ୍ତି। ରେଳଟ୍ରାକର ନିୟମିତ ମନିଟରିଂ ଲାଗି ଏହି ରେଳ ବାଇସାଇକେଲ ସହାୟକ ହୋଇପାରିବ। ଏପରିକି ଗ୍ରୀଷ୍ମ ଋତୁରେ ମଧ୍ୟ ଏହି କାମ ଅତ୍ୟନ୍ତ ସୁରୁକୁରୁରେ କରାଯାଇପାରିବ। ଏହି ବାଇସାଇକେଲର ଓଜନ ୨୦ କେଜି ହୋଇଥିବା ବେଳେ ୨ ଜଣ ଲୋକଙ୍କୁ ବହନ କରି ରେଳ ଧାରଣାରେ ଚାଲିପାରୁଛି। ଘଣ୍ଟାକରେ ୧୫ କିଲୋମିଟର ଯାଇପାରୁଥିବା ଏହି ସାଇକେଲର ମୂଲ୍ୟ ମାତ୍ରା ୫ ହଜାର ଟଙ୍କା ରହିଛି।