ପ୍ରଥମେ ଦୁର୍ବ୍ୟବହାର, ପରେ କ୍ଷମା ମାଗିଲେ ଥାନା ବାବୁ

Published By : Prameya-News7 Bureau | January 26, 2021 IST

ନବରଙ୍ଗପୁର ୨୬।୧: ପ୍ରଥମେ ଦୁର୍ବ୍ୟବହାର କଲେ ପରେ କ୍ଷମା ମାଗିଲେ ଥାନା ବାବୁ। ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ରାସ୍ତାରେ ଥିବା ଜଣେ ପାନ ଦୋକାନୀ ଦିଲେସ ହରିଜନ ଓ ଚା’ ଦୋକାନୀଙ୍କ ଝିଅ ଲିଜା ଚୌଧୁରୀଙ୍କୁ ରାଇଘର ଥାନା ଅଧିକାରୀ ଅଭୟ କୁମାର ବେହେରା ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ନେଇ ଅଭିଯୋଗ ହୋଇଥିଲା । ପରେ ରାଇଘର ଥାନା ପତ୍ରକୋଟି ଗ୍ରାମର ଶତାଧିକ ଲୋକେ ଉକ୍ତ ଘଟଣାକୁ ନିନ୍ଦା କରିବା ସହ ଉମରକୋଟ-ରାଇଘର ରାସ୍ତା ଅବରୋଧ କରି ରାସ୍ତା ମଝିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

{"id":398793,"sizeSlug":"large","linkDestination":"none"}

ଏହାପରେ ଥାନାବାବୁ ଅଭୟ ବେହେରା ବିକ୍ଷୋଭସ୍ଥଳକୁ ଆସି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଗ୍ରାମବାସୀମାନେ କିଛି ଶୁଣିନଥିଲେ। ପରିସ୍ଥିତି ଅଣାୟତ୍ତ ହେବା ଦେଖି ଶେଷରେ ସମସ୍ତଙ୍କ ସମ୍ମୁଖରେ ବିକ୍ଷୋଭ ସ୍ଥଳରେ ରାଇଘର ଥାନା ଅଧିକାରୀ ଅଭୟ କୁମାର ବେହେରା ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଯୁବକ ଓ ଯୁବତୀଙ୍କୁ ହାତଯୋଡି କ୍ଷମା ମାଗିବା ପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ହଟିଥିଲେ। ଶେଷରେ ଗ୍ରାମବାସୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଲେ ଖାକି ବାବୁ। ଯୁବକଙ୍କୁ ଦୁର୍ବ୍ୟବହାର କରିବା ଖାକିବାବୁଙ୍କୁ ମହଙ୍ଗା ପଡିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.