ଅନୁପ ସାଏଙ୍କ ନାର୍କୋ ଟେଷ୍ଟ କରିପାରେ ରାୟଗଡ ପୋଲିସ, ଆଜି କୋର୍ଟରେ ଶୁଣାଣି

Published By : Prameya-News7 Bureau | February 20, 2020 IST

ଝାରସୁଗୁଡା ୨୦।୨: କଳ୍ପନା ଦାସ ଓ ବବଲି ଡବଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଆଜି ପୋଲିସ ସାମ୍ମା ସାମ୍ନି ଜେରା କରିବାର ସମ୍ଭାବନା ରହିଛି । ଏହା ଦ୍ବାରା କିଏ ସତ କହୁଛି ଏବଂ କିଏ ମିଛ କହୁଛି ତାହା ପୋଲିସକୁ ଆକଳନ କରିବାରେ ସୁବିଧା ହେବ ।

{"id":226611,"sizeSlug":"large"}

ଛତିଶଗଡ ପୋଲିସ ଅନୁପଙ୍କୁ ୩ଦିନିଆ ରିମାଣ୍ଡରେ ନେଇଥିବା ବେଳେ ବର୍ଦ୍ଧନ ଟପ୍ପୋର ଦିନିକିଆ ରିମାଣ୍ଡ ଆଜି ସରୁଛି । ପୂରା ମାମଲାର ସତ ଓଗାଳିବା ଲାଗି ପୋଲିସ ଅନୁପଙ୍କ ନାର୍କୋ ଟେଷ୍ଟ କରିବାକୁ ଚାହୁଁଛି । ଏନେଇ ପୋଲିସ କରିଥିବା ଆବେଦନ ଉପରେ ଆଜି ରାୟଗଡ କୋର୍ଟ ଶୁଣାଣି କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.