Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ମଦରେ ଭାସିଲା ଗାଁ ଦାଣ୍ଡ: ଅବକାରୀ ବିଭାଗ ଏବଂ ପ୍ରଶାସନର ମିଳିତ ଚଢ଼ାଉ

13/11/2020 at 11:09 AM

ଆଠଗଡ଼୧୩/୧୧: ମଦରେ ଭାସିଲା ଗାଁ ଦାଣ୍ଡ।  ଏହି ଦୃଶ୍ୟ କେଉଁ ଉପାନ୍ତ ଅଞ୍ଚଳର ନୂହେଁ । କଟକ ଜିଲ୍ଲା ଆଠଗଡ ଅଞ୍ଚଳର ଦେଶୀ ମଦର କୁଟୀର ଶିଳ୍ପ ଭାବେ ପରିଚିତ କରୋଙ୍ଗା ଗାଁରେ ଏମିତି ଘଟଣା ଦେଖିବାକୁ ମିଳିଛି। କଟକ ଜିଲ୍ଲାର ଅବକାରୀ ଓ ପ୍ରଶାସନ ପକ୍ଷରୁ ମିଳିତ ଚଢାଉ କରାଯାଇ ହଜାର ହଜାର ଲିଟର ମଦ ପୋଚ ନଷ୍ଟ କରିବା ସହ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି।

ଏହି ଗାଁରେ ଖୁଲୁମଖୁଲା ଦେଶୀ ମଦ ରନ୍ଧା ଦୀର୍ଘ ଦିନ ଧରି ରନ୍ଧା ହେଉଥିଲେ ମଧ୍ୟ ସଂପୂର୍ଣ୍ଣ ବନ୍ଦ କରିପାରୁନି ଅବକାରୀ ବିଭାଗ । କିଛି ଦିନ ତଳେ ଏହି ଗାଁରେ ଜେସିବି ଲଗାଇ ମଦ ଭାଟି ବନ୍ଦ୍ କରିଥିଲେ ମଧ୍ୟ ଦିନ କେଇଟାରେ ପୁଣି ଭାଟି ଚାଲୁଥିଲା । ମଦର ପରିମାଣ ଏତେ ଥିଲା ଯେ ଗାଁ ଦାଣ୍ଡରେ ବର୍ଷା ପାଣି ଭଳି ମଦର ବନ୍ୟା ଦେଖିବାକୁ ମିଳିଥିଲା । ତେବେ ଦେଖିବାକୁ ବାକି ରହିଲା କେବେ ଏହି ଗାଁରୁ ସଂପୂର୍ଣ୍ଣ ମଦଭାଟି ବନ୍ଦ ହେଉଛି ।

   Related Posts