Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଆଜି କାର୍ତ୍ତିକ ପ୍ରଥମ ସୋମବାର, ରାଇଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ ଲିଙ୍ଗରାଜ

25/10/2021 at 8:05 AM

ଭୁବନେଶ୍ୱର ୨୫।୧୦: କାର୍ତ୍ତିକ ପ୍ରଥମ ସୋମବାରରେ ଶ୍ରଦ୍ଧାଳୁଙ୍କୁ ରାଇଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ ଲିଙ୍ଗରାଜ । ସୋମବାର ପାଇଁ ଦୁଇଥର ମହାପ୍ରଭୁଙ୍କର ରାଇଦାମୋଦର ବେଶ କରାଯିବ । ସକାଳ ଧୂପ ସମୟରେ ରାଇଦାମୋଦର ବେଶରେ ବାହାରୁ ଆସିଥିବା ଶ୍ରଦ୍ଧାଳୁଙ୍କ ସମେତ ହବିଷ୍ୟାଳୀମାନେ ଦର୍ଶନ କରିପାରିବେ ।

ସେହିପରି ସଂଧ୍ୟା ଧୂପ ପରେ ମହାପ୍ରଭୁଙ୍କର ରାଇଦାମୋଦର ବେଶ ଦର୍ଶନ କରିବେ ସେବାୟତ ପରିବାରଙ୍କ ସମେତ ସ୍ଥାନୀୟ ଲୋକ । ମାତ୍ର କରୋନା କଟକଣା ସାଙ୍ଗକୁ ବିଏମସିର ଗାଇଡଲାଇନ୍ ପାଇଁ ଚଳିତ ଥର ଲିଙ୍ଗରାଜ ମନ୍ଦିର ମଧ୍ୟରେ ହବିଷ୍ୟାଳୀ ହବିଷ କରିପାରିବେନି। ମାତ୍ର ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଏହା ସହ ମନ୍ଦିର ମଧ୍ୟରେ କୌଣସି ପ୍ରକାର ଧୂପ, ଦୀପ ସାଙ୍ଗକୁ ଭୋଗ ମଧ୍ୟ ଲଗେଇବା ବାରଣ କରାଯାଇଛି । ଶ୍ରଦ୍ଧାଳୁମାନେ ଆଡକାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ୧୮ ବର୍ଷରୁ କମ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ଯାଇ ଦର୍ଶନ କରିବା ଉପରେ ରୋକ୍ ଲଗାଇଛି ବିଏମସି । ତେବେ ଅନ୍ୟ ବୟସ ବର୍ଗର ଶ୍ରଦ୍ଧାଳୁମାନେ ଦ୍ୱିତୀୟ ଡୋଜ୍ ଟିକାର ସାର୍ଟିଫିକେଟ୍ ଦେଖାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଭିଡ ନୟନ୍ତ୍ରଣ ପାଇଁ ୧ ପ୍ଲାଟୁନ ପୋଲିସ ଫୋର୍ସ ମନ୍ଦିର ଚତୁପାର୍ଶ୍ୱରେ ମୁତୟନ କରାଯାଇଛି ।


   Related Posts