ରାଜ୍ୟବ୍ୟାପୀ ସୁନା ଦୋକାନ ଉପରେ ଚଢଉ – ବିଭାଗୀୟ ମନ୍ତ୍ରୀ ଦେଲେ ପ୍ରତିକ୍ରିୟା

Published By : Prameya-News7 Bureau | November 30, 2019 IST

ଭୁବନେଶ୍ୱର ୩୦।୧୧ -  ରାଜ୍ୟବ୍ୟାପୀ ସୁନା ଦୋକାନ ଉପରେ ଚଢଉ ନେଇ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପ୍ରତିକ୍ରିୟା । ବଡ ବଡ ଦୋକାନୀ ବି ଓଜନ ଓ ଅପମିଶ୍ରଣ କରୁଛନ୍ତି ।

ଚଉଦ କ୍ଯାରେଟ ଦେଇ ବାଇଶ କ୍ଯାରେଟର ଦାମ୍ ନେଉଛନ୍ତି।ସୁନାର ଦର ଗୋଟିଏ ସହରରେ ଗୋଟିଏ ହେବା ଦରକାର ।  ସୁନା ଦୈନନ୍ଦିନ ଜୀବନର ଅବଶ୍ୟକତା । ତେଣୁ ଲୋକେ ଠକାମୀରେ ନ ପଡ଼ିବା ପାଇଁ ସରକାର ତତ୍ପର ।

ଆସନ୍ତା ଜାନୁଆରୀ କୋଡ଼ିଏ ତାରିଖରେ ଭାରତ ସରକାର ବିଜ୍ଞପ୍ତି ପ୍ରକାଶ କରିବେ ।

ସମସ୍ତ ସୁନା ଦୋକାନୀ BIS ଓ ହଲମାର୍କ ଲେଖିବାକୁ ବାଧ୍ୟ । ୨୦୨୧ ପରଠାରୁ କରି ନ ଥିଲେ ଦୋକାନୀ ଉତ୍ତରଦାୟୀ ରହିବେ । ପ୍ରତି ବର୍ଷ ଭାରତକୁ ସାତ ଶହରୁ ଆଠ ଶହ ସୁନା ଆମଦାନୀ ହେଉଛି। ମାନ୍ଦା ବସ୍ଥା ଯୋଗୁ ଆମଦାନୀ କମିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.