ଜୁଆ ଆଡ୍ଡା ଉପରେ ଚଢ଼ଉ, ୮ ଅଟକ, ୪ ଲକ୍ଷ ଟଙ୍କା ଜବତ
2/04/2021 at 9:39 PM

ବ୍ରହ୍ମପୁର ୦୨।୦୪: ଗଞ୍ଜାମ ଜିଲ୍ଲା ଗୋଷାଣୀ ନୁଆଗାଆଁ ଥାନା ପୋଲିସ ତରଫରୁ ଶୁକ୍ରବାର ଜୁଆ ଆଡ୍ଡା ଉପରେ ଚଢଉ କରାଯାଇଛି। ଚଢଉରେ ୩ ଲକ୍ଷ ୬୩ ହଜାର ୯ ଶହ ୨୦ ଟଙ୍କା ଜବତ ହୋଇଥିବା ବେଳେ ୮ ଜଣଙ୍କୁ ଅଟକ ରଖାଯାଇଛି।
କୌଣସି ସୂତ୍ରରୁ ଖବର ପାଇ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଶାସ୍ତ୍ରୀନଗରର ଗୋଟିଏ ଆପାର୍ଟମେଣ୍ଟ ସୁଶ୍ରୀ ହୋମ ଫ୍ଲାଟ୍ ୩୦୭ ନମ୍ବରରେ ଚଢ଼ଉ କରିଥିଲା । ପୁଲିସ ଏହି ଘଟଣାରେ ପ୍ରାୟ ୮ଜଣଙ୍କୁ ଅଟକ ରଖି ଜେରା କରୁଥିବା ବେଳେ ୩ଲକ୍ଷ ୬୩ ହଜାର ୯ ଶହ ୨୦ ଟଙ୍କା ଜବତ କରିଥିବା ସୂଚନା ଦେଇଛି ।

ଅଟକଙ୍କ ମଧ୍ୟରେ ଜି ଉଦୟଗିରି ଓ ଭଞ୍ଜନଗରର ୨ଜଣ ଲେଖାଏଁ ରହିଥିବା ବେଳେ ଜଣେ ବ୍ରହ୍ମପୁର ବଡ ଦଳୁଆ ସାହିର, ଜଣେ କାଳୁପାତ୍ର ସାହି, ଜଣେ ପ୍ରେମ ନଗର ୭ ଲାଇନର ରହିଥିବା ବ୍ରହ୍ମପୁର ଅତିରିକ୍ତ ଏସ୍ ପି ପ୍ରଭାତ ରାଉତ ରାୟ ସୂଚନା ଦେଇଛନ୍ତି ।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021