ନକଲି ଅଟା କାରଖାନା ଉପରେ ଚଢ଼ାଉ, ବିପୁଳ ଅଟା ଜବତ

Published By : Prameya-News7 Bureau | December 16, 2019 IST

ଯାଜପୁର୧୬/୧୨: ଯାଜପୁର ଟାଉନ ପୁଲିସ ପକ୍ଷରୁ ଏକ ନକଲି  ଅଟା କାରଖାନା  ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର  ନକଲି ମିଶ୍ରିତ ଅଟା ଜବତ କରାଯାଇଛି।  ସୂଚନା ଅନୁସାରେ  ଯାଜପୁର ସହର ଦେବୀ ଦ୍ବାର ଅଞ୍ଚଳର କେଶବ ଚନ୍ଦ୍ର ପାଣିଙ୍କର ଏକ ଅଟାକଳ ରହିଥିଲା। ସେଠାରେ ସେ ଘରୋଇ ଲୋକଙ୍କ ଗହମ ପେସାଇ ଅଟା ପ୍ରସ୍ତୁତ କରି ଆସୁଥିଲେ।

ତେବେ  କିଛି ମାସ ହେବ ‘ପରିବାର’ ଅଟା କମ୍ପାନୀ ନାମରେ  ନକଲି ଅଟା  ପ୍ୟାକେଟ କରି ବଜାରକୁ ଛାଡୁଥିବାର ପୁଲିସ ପାଖରେ ଖବର ରହିଥିଲା।  ତେବେ ଆଜି  ପୁଲିସ ତାଙ୍କ ଅଟା କଳରେ  ଅତର୍କିତ ଚଢ଼ାଉ କରି  ‘ପରିବାର’ କମ୍ପାନୀ ପ୍ୟାକେଟରେ ୧ କେଜି ବିଶିଷ୍ଟ ୫୦ ପ୍ୟାକେଟ ,  ୨୨୦ ପିସ  ଖୋଲା ପ୍ୟାକେଟ,  ୨୮୦ ପ୍ୟାକେଟର ୧କେଜିଆ  ନକଲି ଅଟା,  ୬୫ ପ୍ୟାକେଟ ୫ କେଜିଆ ପ୍ୟାକେଟ ଅଟା ସହ ପ୍ୟାକେଟ କରୁଥିବା ମେସିନ ଜବତ କରାଯାଇଛି। ନାମିଦାମି କମ୍ପାନୀ ନାଁରେ ଅଟା ପ୍ୟାକେଟ୍ କରି ବିକ୍ରି କରୁଥିବାର ଅଭିଯୋଗ ହୋଇଛି। ଓଡ଼ିଶା ଭରସାଯୋଗ୍ୟ ଅଟାଗୁଡିକ ନଁ କହି ଏଭଳି କରି ଲୋକଙ୍କୁ ଚୂନକାଳି ମରାଯାଉଥିଲା।

 ମାଲିକ କେଶବ ଚନ୍ଦ୍ର ପାଣିଙ୍କୁ ପୁଲିସ ଅଟକ ରଖାଯାଇଛି। ଏହି ଚଢ଼ାଉରେ ଥାନା ଅଧିକାରୀ ଆଶିଷ କୁମାର ସାହୁ,  କର୍ମଚାରୀ କଳ୍ପତରୁ ସାହୁ,  ‘ପରିବାର’ ଅଟା କମ୍ପାନୀର ଜିଟେକଟିଭ୍ ସ୍ବାର୍ଡ  ଶଙ୍କର କୁମାର ଦାସ ଓ ରାଜେଶ ଭାରତୀ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.