ରାଇରଙ୍ଗପୁର: ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ, ଦେଶୀ ମଦ ଜବତ ସହ ୨ ଗିରଫ
23/12/2020 at 10:32 PM

ରାଇରଙ୍ଗପୁର୨୩/୧୨: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବ୍ୟାପକ ପରିମାଣରେ ମଦରନ୍ଧା ସରଞ୍ଜାମ, ଦେଶୀ ମଦ ଜବତ । ୮୦ କି.ଗ୍ରା. ମହୁଲପୋଚ ମଧ୍ୟ ନଷ୍ଟ କରାଯିବା ସହିତ ଦୁଇଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବାଦାମପାହାଡ଼ ଥାନା ଅଧୀନସ୍ଥ ଖଜୁରିପଡା ଗ୍ରାମ ଓ ରାଇରଙ୍ଗପୁର ସହରର ଇଛିଣ୍ଡାରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ମଦରନ୍ଧା ସରଞ୍ଜାମ ଜବତ କରିବା ସହ ୨୬ ଲିଟର ଦେଶୀ ମଦ ଜବତ କରାଯାଇଛି।

ତା ସହିତ ମୋଟ୍ ୮୦ କିଲୋଗ୍ରାମ ମୋହୁଲ ପଚ ମଧ୍ୟ ନଷ୍ଟ କରାଯାଇଛି। ବାଦାମ ପାହାଡ଼ ଥାନା ଖଜୁରିପଡାରୁ ଜଣେ, ରାଇରଙ୍ଗପୁର ସହର ନିକଟ ବାଇଦାପୋଷିରୁ ଜଣେ ଚୋରା ମଦ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି।