ବେଆଇନ୍ କରତକଳରେ ଚଢାଉ, ମୁଲ୍ୟବାନ କାଠ ଓ ଯନ୍ତ୍ରାଂଶ ଜବତ

Published By : Prameya-News7 Bureau | November 19, 2020 IST

ରେମୁଣା ୧୯।୧୧: ଚୋରାକରତ କଳ ଉପରେ ବନବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ । ବାଲେଶ୍ୱର ଜିଲ୍ଲା ସୀମାନ୍ତ ସାହୁପଡ଼ା ନିକଟ ପଦ୍ମପୁର ଅଞ୍ଚଳରୁ ଚଢାଉ ହୋଇଛି । ବହୁ ମୁଲ୍ୟବାନ କାଠ ଓ ଯନ୍ତ୍ରାଂଶ ଜବତ ହୋଇଛି ।

{"id":364053,"sizeSlug":"large"}

ଖବର ଅନୁଯାୟୀ, ଦୀର୍ଘଦିନ ହେଲା ଏହି ଅଞ୍ଚଳରେ ବେଆଇନ୍‌ ଭାବେ ବେଆଇନ୍‌ କରତକଳ ଚାଲୁରହିଥିଲା । ସ୍ଥାନୀୟଲୋକେ ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଆକ୍ସନ ମୋଡ଼ରେ ଆସିଥିଲା ବନବିଭାଗ ଓ ପୋଲିସ । ଆଜି ସକାଳେ ବାଲେଶ୍ଵର ବନବିଭାଗ ଓ ପୋଲିସ ବିଭାଗ ତରଫରୁ ଏକ ଚୋରା କରତକଳ ଉପରେ ମିଳିତ ଚଢ଼ାଉ ହୋଇଛି। ଚଢାଉରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଓ ଯନ୍ତ୍ରାଂଶ ଜବତ ହୋଇଥିବା ବେଳେ ଘଟଣା ସ୍ଥଳରୁ ମାଲିକ ଓ କର୍ମଚାରୀ ଫେରାର ହୋଇଯାଇଥିବା ଜଣାପପଡିଛି। ଏନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.