ବାଲି ଚୋରାଚାଲାଣ ବେଳେ ଚଢ଼ାଉ : ୩ ଟ୍ରାକ୍ଟର-୨ଡ଼ମ୍ଫର ଜବତ

Published By : Prameya-News7 Bureau | June 08, 2020 IST

ନୀଳଗିରି ୦୮।୦୬: ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ କାଠପାଳ ଅଂଚଳରେ ପ୍ରବାହିତ ହୋଇ ଯାଇଥିବା ସୋନନଦୀରେ ବାଲି ମାଫିଆ ଅଧିକ ସକ୍ରିୟ ହୋଇଉଠିଛନ୍ତି। ପୁର୍ବରୁ ନୀଳଗିରି ତହସିଲଦାର ଚଢ଼ାଉ କରି ଫାଇନ ଆଦାୟ ସତ୍ୟ ମଧ୍ୟ ଚୋରୀ କମି ନଥିଲା। କାଠପାଳ ପୋଲ ନିକଟରେ ଲକ୍ଷାଧିକ ଟଙ୍କାର ବାଲି ଗଛିତ ହୋଇଥିବା ବେଳେ ରାତିରେ ବାଲି ମାଫିଆ ସ୍ଥାନୀୟ କିଛି ଗ୍ରାମାବାସୀଙ୍କୁ ହାତ ବାରିସୀ କରି ବାଲି ଚୋରି କରି ଗଛିତ କରିବା ସହ ଟ୍ରକ ମାଧ୍ୟମରେ ବାହାରକୁ ଚାଲାଣ କରୁଛନ୍ତି ।

{"id":282850,"sizeSlug":"large"}

ସ୍ଥାନୀୟ ପୋଲିସ ଚଢ଼ାଉ ପ୍ରକ୍ରିୟାରେ ରାଜସ୍ୱ ବିଭାଗକୁ ସହଯୋଗ କରୁନଥିବା ମଧ୍ୟ ଅଭିଯୋଗ ଉଠିଥିଲା। ତେବେ ଆଜି ନୀଳଗିରି ପୋଲିସ ପେଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଙ୍କୁ ନେଇ ଚଢାଉ କରିଥିଲେ । ଆଜି ଭୋର ୩ ଟା ସମୟରେ ନୀଳଗିରି ତହସିଲଦାର ଅଶେଷ ନାୟକ ସୋନପୋଲ ନିକଟରେ ଚଢ଼ାଉ କରିଥିଲେ। ସେଠାରୁ ୨ଟି ଡ଼ମ୍ଫର, ୩ ଟି ଟ୍ରାକ୍ଟର,ଗୋଟିଏ ଲୋଡର,୪ ଟି ବାଇକ ଜବତ କରାଯାଇଛି। ଘଟଣା ସ୍ଥଳରୁ ବାଲି ମାଫିଆ ,ଗାଡି ଡ୍ରାଇଭର ସବୁ ଛତ୍ରଭଙ୍ଗ ଦେଇଥିଲେ। ଏଭଳି ଅଚାନକ ଚଢ଼ାଉ ରେ ବାଲି ମାଫିଆ ଙ୍କ ମଧ୍ୟରେ ଛନକା ପଶିଥିବା ଜଣାପଡିଛି।ସୂଚନାରୁ ପ୍ରକାଶ କି ଗତକାଲି ମଧ୍ୟ ଗୋଟିଏ ବାଲି ଓ ମେଟାଲ ବୋଝେଇ ଟ୍ରାକର ମଧ୍ୟ ଜବତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.