Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ବିଭିନ୍ନ କାର୍ଯ୍ୟର ଅନିୟମିତା ଅଭିଯୋଗ, ପଞ୍ଚାୟତ ଅଫିସରେ ଭିଜିଲାନ୍ସ ଚଢାଉ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

22/09/2020 at 7:53 PM

ନୀଳଗିରି, ୨୨ ।୦୯: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ବରମପୁର ପଞ୍ଚାୟତରେ ବିଭିନ୍ନ କାମର ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ।  ଅଭିଯୋଗ ପାଇ ଭିଜିଲାନ୍ସ ପକ୍ଷରୁ ପଞ୍ଚାୟତରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଯାଞ୍ଚ୍ କରିବା ସହ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ ଯେ, ନୀଳଗିରି ବ୍ଲକ ଅଧିନ ବରମପୁର ପଞ୍ଚାୟତରେ ବିଭିନ୍ନ କାମର ଅନିୟମିତତା ହୋଇଥିବା ନଜରକୁ ଆସିଥିଲା। ଏହି ପଞ୍ଚାୟତ ରେ ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ହୋଇଥିବା ବିଭିନ୍ନ କାର୍ଯ୍ୟର ଅନିୟମିତା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଥିଲା। ବରଂ ଏଭଳି ଅଭିଯୋଗକୁ ନଜର ହଟାଇବା ପାଇଁ ପଞ୍ଚାୟତ ଓ ବ୍ଲକ ଚଳଚଞ୍ଚଳ ହୋଇଉଠିଥିଲା। ଶେଷରେ ନିରାଶ ହୋଇ ଅଞ୍ଚଳବାସୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପଞ୍ଚାୟତରେ ଡ୍ରେନ କାର୍ଯ୍ୟରେ ଅନିୟମିତା ସହ କନକ ଦେହୁରୀ ଘରଠାରୁ ପୋଲ ପର୍ଯ୍ୟନ୍ତ ପକ୍କା ଡ୍ରେନ କାର୍ଯ୍ୟ ସହ ରାସ୍ତା କାମ, ସ୍କୁଲ କାମ ଓ ଷ୍ଟ୍ରିଟ୍ ଲାଇଟ ଭଳି କାର୍ଯ୍ୟର ଅନିୟମିତା ପାଇଁ  ଭିଜିଲାନ୍ସ ତଦନ୍ତ ଦାବିକରିଥିଲେ ପଞ୍ଚାୟତବାସୀ।।

ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଅଞ୍ଚଳବାସୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପ୍ରୋଜେକ୍ଟ ପାସ ହୋଇଥିବା ସ୍ଥାନରେ କାର୍ଯ୍ୟ ନହେବା,ନିମ୍ନମାନର କାର୍ଯ୍ୟ ହେବା ସହ ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ କରିବା ସହ ତଦନ୍ତ ଦାବି କରାଯାଇଥିଲା। ଅଭିଯୋଗ ପାଇ ଭଜିଲାନ୍ସ ବିଭାଗ ତରଫରୁ ପତ୍ର ସଂଖ୍ୟା ୧୪-୯-୨୦୨୦ ତାରିଖରେ ଏହି ସବୁ କାର୍ଯ୍ୟର ଅର୍ଜିନାଲ ୱାର୍କ ଅଡର,ଏସ୍ଟିମେଣ୍ଟ ଓ ପ୍ଲାନ,ରନିଂବିଲ ଓ ଫାଇନାଲ ବିଲର କ୍ୟାସ୍ ରେକର୍ଡ ସବୁ ତଦାରଖ ପାଇଁ ଦାଖଲ କରିବାକୁ ବରମପୁର ପିଇଓ ଶାନ୍ତିଲତା ନାୟକଙ୍କୁ ପତ୍ରମାଧ୍ୟମରେ ଦର୍ଶାଯାଇଥିଲା। ମଙ୍ଗଳବାର ଭିଜିଲାନ୍ସ ଅଧିକାରୀ ବରମପୁର ପଂଚାୟତରେ ପହଁଞ୍ଚି ଅଭିଯୋଗ ହୋଇଥିବା ୧୧ ଟି କାର୍ଯ୍ୟର କାଗଜପତ୍ର ଯାଞ୍ଚ କରିବା ସହିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପତ୍ର ଜବତ କରିଥିବା ସୂଚନା ମିଳିଛି। ଏଭଳି ଭିଜିଲାନ୍ସ ବିଭାଗର ଅଚାନକ ଚଢ଼ାଉ ପରେ ବରମପୁର ପଞ୍ଚାୟତ ସମେତ ନୀଳଗିରି ବ୍ଲକରେ ଛନକା ପଶିଥିବା ଜଣାପଡିଛି।

   Related Posts