Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ଡ୍ରଗ୍ସ ସ୍କ୍ୱାଡର ବିଭିନ୍ନ ସ୍ଥାନରେ ଚଢ଼ାଉ, ନକଲି ଔଷଧ ଜବତ

13/06/2021 at 1:16 PM

ବରଗଡ଼ ୧୩।୦୬: ବରଗଡ଼ରେ ଡ୍ରଗ୍ସ ସ୍ବାଡର ବିଭିନ୍ନ ସ୍ଥାନରେ ଚଢ଼ାଉ । ଏହି ଚଢାଉରେ ଜଗଦମ୍ବା ମେଡିକାଲରୁ ବ୍ୟାପକ ପରିମାଣର ନକଲି ଔଷଧ ଜବତ ହୋଇଛି  ।କଟକ ଜିଲ୍ଲାରୁ ବିଭିନ୍ନ ଜିଲ୍ଲାକୁ ନକଲି ଔଷଧ ଡିଷ୍ଟ୍ରିବ୍ୟୁଟ ହୋଇଥିବା ସୂଚନା ପାଇ ଡ୍ରଗ୍ସ ସ୍କ୍ବାର୍ଡ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରାଯାଇଥିଲା । ଏହି ଚଢାଉ ବେଳେ ବରଗଡ଼ ଜଗଦମ୍ବା ମେଡିକାଲରେ ବ୍ୟାପକ ନକଲି ଔଷଧ ଜବତ ହୋଇଥିବା ସୂଚନା ମିଳିଛି । ଜବତ ଔଷଧ ମଧ୍ୟରେ  TREAT-BL TABLETS , MEDI-TAB TABLETS, FEDRER S TABLETS ରହିଛି । ସେହିପରି ଅନେକ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ତଦନ୍ତ ପରେ , ପୁରା ତଥ୍ୟ ଦିଆଯିବ ବୋଲି ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟର ସୁସ୍ମିତା ଦେହୁରୀ କହିଛନ୍ତି ।

ସେହିପରି ଏଭଳି ସମ୍ବେଦନଶୀଳ ବିଷୟକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଥିବା ବେଳେ ବରଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଥିଲା। ସଭାପତି କୁଶ ପଧାନଙ୍କ ସଭାପତିତ୍ବରେ ହୋଇଥିବା ବୈଠକରେ ଗତକାଲିର ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହାସହିତ ସମସ୍ତ ଔଷଧ ଦୋକାନ ଗୁଡ଼ିକୁ ଜରୁରୀକାଳୀନ ଭାବେ ନିୟମିତ ଚଢ଼ାଉ କରି ନକଲି ଔଷଧ ବ୍ୟବସାୟ କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଦାବି କରାଯାଇଛି। ଆଗାମୀ ଦିନରେ ଯଦି ଏଥିରେ ଅବହେଳା କରାଯାଏ, ତେବେ  ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ହରିହର ପ୍ରଧାନ, ଉପସଭାପତି ମୋହିତ କୁମାର ମହାପାତ୍ର, ସହ ସମ୍ପାଦକ ସନକ ଦାଶ, ମୃତ୍ୟୁଞ୍ଜୟ ପଣ୍ଡା, ବାବୁ ବିଶ୍ବାଳ, ସନ୍ତୋଷ କୁମାର ଦାଶ, ନିଧୁବନ ବିହାରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

   Related Posts