ମମିତା ମେହେର ହତ୍ୟା ମାମଲା, ମହାଲିଙ୍ଗ ମହିଳା ହଷ୍ଟେଲ୍‌ରେ ଜିଲ୍ଲା ପ୍ରଶାସନର ଚଢାଉ

Published By : Prameya-News7 Bureau | November 03, 2021 IST

କଳାହାଣ୍ଡି ୦୩।୧୧: ମମିତା ମେହେର ହତ୍ୟା ମାମଲା । ମହାଲିଙ୍ଗ ମହିଳା ହଷ୍ଟେଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ । ଧର୍ମଗଡ ଉପଜିଲ୍ଲାପାଳ ସଚିନ ପାଓ୍ବାର ଓ କଳାହାଣ୍ଡି ଶିଶୁ ସୁରକ୍ଷା ୟୁନିଟର ମିଳିତ ଭାବେ ଯାଞ୍ଚ । କଲେଜ ମହିଳା ହଷ୍ଟେଲକୁ ନେଇ ଅନେକ ଚର୍ଚ୍ଚା ପରେ ପ୍ରଥମ ଥର ଜିଲ୍ଲା ପ୍ରଶାସନର ହଷ୍ଟେଲରେ ଯାଞ୍ଚ କରୁଛି । ହଷ୍ଟେଲ ସରକାରୀ ଗାଇଡ ଲାଇନ ଅନୁଯାୟୀ ପରିଚାଳିତ ହେଉଥିଲା କି ନାହିଁ ତାକୁ ନେଇ ତନାଘନା ଚାଲିଛି ।

{"id":537855,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ମମିତା ମେହେର ହତ୍ୟା ଘଟଣା ପରେ ମହାଲିଙ୍ଗ କଲେଜ ଚର୍ଚ୍ଚାକୁ ଆସିଥିଲା । ତେବେ ହଷ୍ଟେଲରେ ସରକାରୀ ଗାଇଡ଼ ଲାଇନ୍‌କୁ ଠିକ୍‌ ଭାବେ ପରିଚାଳିତ ହେଉଛି କି ନାହିଁ । ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ହଷ୍ଟେଲ୍‌ର ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଉଛି । ତେବେ ଏହି ଚଢାଉରେ ଧର୍ମଗଡ ଉପଜିଲ୍ଲାପାଳ ସଚିନ ପାଓ୍ବାର ଓ କଳାହାଣ୍ଡି ଶିଶୁ ସୁରକ୍ଷା ୟୁନିଟର ସଦସ୍ୟମାନେ ସାମିଲ ଅଛନ୍ତି ।

{"id":537858,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.