ନା ଡାକ୍ତର, ନା ରେଜିଷ୍ଟ୍ରେସନ, OT ଭିତରେ ବିୟର ବୋତଲ... ଚଢ଼ାଉ ବେଳେ ଖୋଲିଲା ୨୯ଟି ହସ୍ପିଟାଲ୍‌ର ପୋଲ୍‌

Published By : Prameya-News7 Bureau | July 20, 2021 IST

ଲକ୍ଷ୍ନୌ, ୨୦/୦୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସହରରେ ଚାଲୁଥିବା କିଛି ବେସରକାରୀ ଡାକ୍ତରଖାନାରେ ମନଇଛାରେ କାରବାର ସହ ରୋଗୀଙ୍କୁ ଅଣଦେଖା କରି ସେମାନଙ୍କ ଜୀବନ ସହ ଖେଳାଯାଉଥିବା ଖବର ସାମ୍ନାକୁ ଆସିଛି । ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାସାଥିରେ ୪୫ଟି  ଡାକ୍ତରଖାନାରେ ଚଢ଼ାଉ କରାଯିବା ପରେ ଲୋକଙ୍କ ସହ ଏପରି ସାଂଘାତିକ ବିଶ୍ୱାସ ଘାତକ କାମ କରାଯାଉଥିବା ଜଣାପଡ଼ିଛି ।

ଚଢ଼ାଉ ସମୟରେ କିଛି ଡାକ୍ତରଖାନାରେ ଡାକ୍ତର ନଥିବା ବେଳେ କିଛି ହସ୍ପିଟାଲ୍‌ର ଅପରେଶନ ଥିଏଟରରେ ଔଷଧ ବଦଳରେ ବିୟର ବୋତଲ ଗଡ଼ୁଛି ।  ଅଧିକାଂଶ ଡାକ୍ତରଖାନାର ବିନା ରେଜିଷ୍ଟ୍ରେସନ୍‌ରେ ଚାଲୁଛି । ଜାରି କରାଯାଇଥିବା ନିୟମକୁ ଅଣଦେଖା କରି ରୋଗୀଙ୍କ ଜୀବନ ସହ ଖେଳୁଥିବାରୁ ୨୯ଟି ଡାକ୍ତରଖାନାକୁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଦିଆଯାଇଛି ।

ସୋମବାର ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ୬ଟି ଟିମ୍‌ ଏହି ଚଢ଼ାଉ କରିଥିଲେ । ଯେଉଁଥିରେ କିଛି ଡାକ୍ତରଖାନାର ଲାଇସେନ୍ସ ନଥିବା ବେଳେ ଆଉ କିଛି ଡାକ୍ତରଖାନାର ଲାଇସେନ୍ସର ଅବଧି ଶେଷ ହୋଇଯାଇଥିବା ଜଣାପଡ଼ିଛି । କିଛି ହସ୍ପିଟାଲ୍‌ରେ ଡକ୍ୟର ମଧ୍ୟ ନଥିଲେ । କିନ୍ତୁ ତୁଳସୀ ଆଣ୍ଡ୍ ଟ୍ରମା ସେଣ୍ଟରରେ ଚଢ଼ାଉ ବେଳେ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ଓଟିରେ ବେଡ୍‌ ଥିଲା, କିନ୍ତୁ ଡାକ୍ତର ନଥିଲେ । ହେଲେ ଫ୍ରିଜ୍‌ରେ ବିୟର ଥିବା ଅଧିକାରୀ ଦେଖିବାକୁ ପାଇଥିଲେ । ଲାଇସେନ୍ସର ବୈଧତା ମଧ୍ୟ ଶେଷ ହୋଇଯାଇଥିବା ଜଣାପଡ଼ିଥିଲା ।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.