ଅବକାରୀ ବିଭାଗର ଅଚାନକ ଚଢାଉ: ଲକ୍ଷାଧିକ ଟଙ୍କା ସହ ଦେଶୀ ମଦ ଜବତ

Published By : Prameya-News7 Bureau | April 24, 2020 IST

ଖୋର୍ଦ୍ଧା୨୪/୪: ଲକ୍‌ଡାଉନ୍‌ରେ ବଢ଼ୁଛି ନିିଶା କାରବାର। କେବଳ ସହର ନୁହେଁ ଗ୍ରାମାଞ୍ଚଳରେ ବି ନିଶା କାରବାର ବଢ଼ି ଚାଲିଛି। ନିଶା କାରବାର ଉପରେ ରୋକ ଲଗାଇବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ବେଗୁନିଆ ପୋଲିସ ଏବଂ ଅବକାରୀ ବିଭାଗର ଏକ ଟିମ୍ ବେଗୁନିଆ ଥାନା ସାନପଦର ପଞ୍ଚାୟତ ରାସୋଳ ଗ୍ରାମରେ ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ , ପ୍ୟାକିଂ ମେସିନ୍, ଜେନେରେଟର, ଏକ କାର ସହ ନଗଦ ୧୭ ଲକ୍ଷ ୬୦ହଜାର ଟଙ୍କା ଜବତ କରିଛି । ଏହାସହ ସଂପୃକ୍ତ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି। ଗିରଫ ମହିଳା ଜଣକ  ରାସୋଳ ଗ୍ରାମର ମିନତି ପାଇକରାୟ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.