ଜୁଆ ଆଡ୍ଡାରେ ପୋଲିସର ରେଡ୍ : ୨୩ ଜଣ ଗିରଫ, ଲକ୍ଷାଧିକ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ

Published By : Prameya-News7 Bureau | August 11, 2020 IST

ବ୍ରହ୍ମପୁର ୧୧।୦୮: ଗଞ୍ଜାମ ଜିଲ୍ଲାରେ ପୁଣି ଧରାପଡିଲା ଜୁଆ ଆଡ୍ଡା । ସୋରଡା ପୁଲିସ୍ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି । ଯାହାଫଳରେ ବିପୁଳ ପରିମାଣର ଟଙ୍କା ସହ ବିଭିନ୍ନ  ସାମଗ୍ରୀ ଜବତ ହୋଇଛି ।

{"id":312969,"sizeSlug":"large"}

ସୂଚନାଯୋଗ୍ୟ ଯେ, ନୁଆଗଡ ଗାଁର ୠଷିକୁଲ୍ୟା ନଦୀ କୂଳରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉରେ ୧,୦୩,୫୦୦ ଟଙ୍କା, ୧୮ଟି ମୋବାଇଲ୍ ଫୋନ୍,  ୫ଟି ମୋଟର ସାଇକେଲ୍ ଜବତ ହୋଇଛି  । ଏହିସହିତ ୨୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି  । ଏନେଇ ସୂଚନା ଦେଇଛି  ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.