ବେଆଇନ ଗୁଟ୍ଖା କାରଖାନା ଉପରେ ଚଢାଉ, ୩ ଗିରଫ
6/08/2019 at 11:30 AM

ବ୍ରହ୍ମପୁର ୬|୮: ବ୍ରହ୍ମପୁରରେ ବେଆଇନ ଗୁଟଖା କାରଖାନା ଉପରେ ଚଢାଉ ହୋଇଛି । ସଦର ଥାନା ଅନ୍ତର୍ଗତ ଭୈରବୀନଗରସ୍ଥିତ ଗୁଟଖା କାରଖାନା ୟୁନିଟ୍ରେ ରେଡ୍ କରିଛି ପୋଲିସ । ଚଢାଉ ବେଳେ ୪୦ ପ୍ୟାକେଟ୍ ଗୁଟଖା, ବ୍ୟାପକ ଗୁଟ୍ଖା ସାମଗ୍ରୀ, ଦୁଇଟି ମେସିନ୍ ଜବତ କରାଯାଇଛି । ୩ ଜଣଙ୍କୁ ଗିରଫ କରିଥିବା ସଦର ଏସଡିପିଓ ସୂଚନା ଦେଇଛନ୍ତି ।