କୋଭିଡ଼ ଔଷଧର କଳାବଜାରୀ ରୋକିବାକୁ ପଦକ୍ଷେପ, ହସ୍ପିଟାଲରେ ଡ୍ରଗ୍ ସ୍କ୍ୱାର୍ଡର ଯାଞ୍ଚ

Published By : Prameya-News7 Bureau | April 21, 2021 IST

ପୁରୀ ୨୧।୦୪: କୋଭିଡ଼ ଔଷଧ ଏବଂ ଚିକିତ୍ସା ଉପରକରଣର କଳାବଜାରୀ ରୋକିବାକୁ ପଦକ୍ଷେପ । ରାଜ୍ୟ ସରକାରଙ୍କ ତରଫରୁ ଗଠିତ ହୋଇଥିବା ଯାଞ୍ଚ ସ୍କ୍ୱାର୍ଡର ଚଢାଉ । ପୁରୀର ଏକମାତ୍ର ବେସରକାରୀ କୋଭିଡ଼ ହସ୍ପିଟାଲରେ ଯାଞ୍ଚ ହୋଇଛି । ଡ୍ରଗ୍ ଇନ୍‌ସପେକ୍ଟର ସତ୍ୟବ୍ରତ ଗିରି, ଟାଉନଥାନା ଇନ୍‌ସପେକ୍ଟର ଗୋକୁଳାନନ୍ଦ ଦାସ ଏବଂ ଏକ ଟିମ୍ ଫାଭିପିରାଭିର ଟାବଲେଟ ଏବଂ ରାମ୍ ଡେସଭିର ଇଞ୍ଜେକସନକୁ ଯାଞ୍ଚ କରିଛନ୍ତି । ବିଶେଷକରି ଭୁବନେଶ୍ୱରର ଡ୍ରିଷ୍ଟ୍ରୁବୁଟର ଠାରୁ ଅଣାଯାଇଥିବା ଔଷଧ ଇଞ୍ଜେକସନ କେତେ ସଂଖ୍ୟାରେ ଆସିଛି ଏବଂ ସେହି ଅନୁପାତରେ ତାହା ବିନିଯୋଗ ହୋଇଛି କି ନାହିଁ ତାକୁ ଯାଞ୍ଚ କରାଯାଇଥିଲା । ତେବେ ଟିମ୍‌ର ଯାଞ୍ଚ ପରେ ତାହା ସଠିକ ରହିଛି ବୋଲି ଡ୍ରଗ୍ ଇନ୍‌ସପେକ୍ଟର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.