ଗଞ୍ଜେଇ ବେପାରୀ ଘରେ ପୋଲିସର ଚଢ଼ାଉ, ନଗଦ ୨୦ଲକ୍ଷ ୫୦ ହଜାର ଟଙ୍କା ସହ ସମ୍ପତ୍ତି ଜବତ

Published By : Prameya-News7 Bureau | November 28, 2021 IST

ଅନୁଗୋଳ, ୨୮। ୧୧: ଅନୁଗୋଳ ଛେଣ୍ତିପଦା ଥାନା ଅନ୍ତର୍ଗତ ସାପୋଇନାଳି ଗ୍ରାମର ଚିତ୍ତରଞ୍ଜନ ସାହୁଙ୍କ ଘରେ ପୋଲିସ ଚଢ଼ାଉ କରିଛି। ଚିତ୍ତ ବେଆଇନ ଗଞ୍ଜେଇ କାରବାର କରି ବିପୁଳ ପରିମାଣର ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି । ରାଜସ୍ଥାନ ପର୍ଯ୍ୟନ୍ତ ଗଞ୍ଜେଇ ଚାଲାଣ ଲିଙ୍କ ଥିବା ଜଣାପଡିଛି। ଚଢ଼ାଉ ବେଳେ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା, ଟେଣ୍ଟେହାଉସ୍ ରୁ ୫୦ ଲକ୍ଷ୍ ଟଙ୍କାର ସମ୍ପତ୍ତି , ପରିବାର ବିଭିନ୍ନ ବ୍ୟାଙ୍କର ୨୦ ଟି ଖାତା ସହ ଟ୍ରାକ୍ଟର ,ଧାନ ଅମଳ ମେସିନ୍ ,କାର ଆଦି କୋଟି କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଅଧିକ ତଦନ୍ତ ଜାରି ରିହିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.