କଳାବଜାରୀ ହୁସିଆର୍‌, ଔଷଧ ଦୋକାନ ଉପରେ ସ୍ବାସ୍ଥ୍ୟ ବିଭାଗର ଚଢାଉ

Published By : Prameya-News7 Bureau | March 18, 2020 IST

ଯାଜପୁର ୧୮।୦୩ : ଯାଜପୁର ଜିଲ୍ଲା ବ୍ୟାସନଗର ସହରର ବିଭିନ୍ନ ଔଷଧ ଦୋକାନରେ ସ୍ବାସ୍ଥ୍ୟବିଭାଗର ଚଢାଉ । ମାସ୍କ, ହ୍ୟାଣ୍ଡୱାସ୍ ଓ ସାନିଟାଇଜର୍ କଳାବଜାରୀ ପ୍ରସଙ୍ଗରେ  ଚଢାଉ କରାଯାଇଥିବା ସୂଚନା ମିଳିଛି  । ଡ୍ରଗ ଇନିସ୍‌ପେକ୍ଟରଙ୍କ ନେତୃତ୍ବରେ ଚଢାଉ କରାଯାଇଛି ।

{"id":240317,"sizeSlug":"large"}

କରୋନା ସଂକ୍ରମଣ ଭୟରେ ଲୋକେ ମାସ୍କ, ହ୍ୟାଣ୍ଡୱାସ୍ ଓ ସାନିଟାଇଜର୍ ନେବା ପାଇଁ ବିଭିନ୍ନ  ଔଷଧ ଦୋକାନରେ ଭିଡ ଲଗାଇଛନ୍ତି । ତେବେ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଚଢା ଦରରେ ଏସବୁ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ତେବେ  ଅଭିଯୋଗ ପାଇବା ପରେ ଜିଲ୍ଲା ଡ୍ରଗ୍ ଇନସ୍‌ପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ ବ୍ୟାସନଗର ସହରରେ ଥିବା ବିଭିନ୍ନ ମେଡିସିନ୍ ଷ୍ଟୋର ଉପରେ ଚଢାଉ କରିଛି । ଚଢାଉ ସମୟରେ ଦୋକାନରେ କେତେ ମାସ୍କ, ହ୍ୟାଣ୍ଡୱାସ୍ ଓ ସାନିଟାଇଜର୍ ମହଜୁଦ ଅଛି । କେତେ ଦରରେ ବିକ୍ରି ହେଉଛି ତାର ତଦାରଖ କରିଥିଲେ । ଯଦି କୌଣସି ଓୌଷଧ ଦୋକାନୀ ଚଢା ଦରରେ ଏହି ସାମଗ୍ରୀ ବିକ୍ରି କରନ୍ତି ।  ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ୍ରଗ୍ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.