ଛାତ ଉପରେ ଚୋରା ଦେଶୀ ମଦ କାରବାର: ଅବକାରୀ ବିଭାଗର ଚଢ଼ାଉ

Published By : Prameya-News7 Bureau | August 14, 2020 IST

ନୀଳଗିରି ୧୩/୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳ ଦିନକୁ ଦିନ ଚୋରା ମଦ କାରବାର ବଢ଼ିବଢି ଚାଲିଛି। ଅଞ୍ଚଳବାସୀ ବାରମ୍ବାର ନୀଳଗିରି ଅବକାରୀ ବିଭାଗକୁ ଅଭିଯୋଗ କଲେ ମଧ୍ୟ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ତେବେ ବାଲେଶ୍ଵର ଜିଲ୍ଲାପାଳ ଅଭିଯୋଗ ପାଇବା ପରେ ତାଙ୍କ ନିର୍ଦେଶରେ ବାଲେଶ୍ୱର ଅବକାରୀ ବିଭାଗର ଉପଅଧିକ୍ଷକଙ୍କ ନେତୃତ୍ୱରେ ବାଲେଶ୍ଵର ଏପିଆର ଫୋର୍ସ ନେଇ ନୀଳଗିରି ଥାନା ଅଧିନ ପୁନଦାଳ ଓ ରାଧାକିଶୋରପୁର ଅଞ୍ଚଳରେ ଆଜି ସକାଳୁ ଅତର୍କିତ ଚଢ଼ାଉ କରିଥିଲେ।

ଛାତ ଘର ଉପରେ ମଦ ରନ୍ଧାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଅବକାରୀ ବିଭାଗ ମୋଟ ୧୨ ହଜାର ଲିଟର ହଜାର ଲିଟର ପାଖାପାଖି ମହୁଲପୋଚ ,୩୩୦ ଲିଟର ଦେଶୀ ମଦ ଓ ବ୍ୟାପକ ରନ୍ଧା ସାମଗ୍ରୀ ଜବତ କରାଯାଇଥିବାବେଳେ ମହୁଲ ପୋଚକୁ ତଳେ ଢାଳି ନଷ୍ଟ କରି ଦିଆଯାଇଥିଲା । ତେବେ ଏତେ ପରିମାଣରେ ମଦ ବାଲେଶ୍ଵର ଜିଲା ଅବକାରୀ ବିଭାଗ ଜବତ କରିବା ପରେ ନୀଳଗିରି ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଏବେ  ପ୍ରଶ୍ନ ଉଠିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.