Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଚଢ଼ାଉ ପରେ ଚଢ଼ାଉ, ହେଲେ ବନ୍ଦ ହେଉନି ଚୋରା ମଦଭାଟି…

17/10/2021 at 12:37 PM

ନୀଳଗିରି ୧୭।୧୦ : ଚଢ଼ାଉ ପରେ ଚଢ଼ାଉ ହେଉଛି। ହେଲେ ବନ୍ଦ ହେବାର ନାଁ ଧରୁନି ଚୋରା ମଦ ଭାଟି। କଠୋର କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଉପର ଠାଉଣୀଆରେ ଚାଲିଛି ଚଢ଼ାଉ। ଫଳରେ ବେପାରୀ ମାନେ ବିଭାଗ ଠାରୁ ଦୁଇପାଦ ଚାଲାକ ହୋଇ ନିଜର କଳାସାମ୍ରାଜ୍ୟ ବିସ୍ତାର କରୁଛନ୍ତି।ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ଦିନକୁ ଦିନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ବରହମପୁର ଥାନା ଅଧିନ କାଦୁଆଳି, କେସିପୁର,ପିଠାଅତା, ଶିଆଡିମାଳ, ରାଧାକିଶୋରପୁର, କାଂଶ, ନରସିଂହପୁର, ବରମପୁର, ଆରବନ୍ଦ ଅଞ୍ଚଳରେ ଏବେ ମଦବେପାରୀ ଅଧିକ ସକ୍ରିୟ ହୋଇଛନ୍ତି।

ତେବେ କୂଳଡ଼ିହା ଅଭୟାରଣ୍ୟ ସୀମାନ୍ତ ଗାଁ ସମେତ ଜଙ୍ଗଲରେ ଅଧିକ ଚୋରା ଦେଶୀମଦ ଭାଟି ଚାଲିଥିବା ଜଣାପଡିଛି। ଅବକାରୀ ବିଭାଗ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଚଢ଼ାଉ କରୁଛି ସତ ହେଲେ ମଦ ଭାଟି ବନ୍ଦ ହେଉନି। ଏହାର ଅନେକ କାରଣ ରହୁଛି। ମଦ ବେପାରୀମାନେ କିଛି ଅସାଧୁ ଅବକାରୀ ଓ ପୋଲିସ କର୍ମଚାରିଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରି ନିଜର କାୟା ବିସ୍ତାର କରିଛନ୍ତି। ଏପରିକି ପୂଜା ପାର୍ବଣ ଓ ନୂଆ ବର୍ଷ ବେଳକୁ ଉତ୍କୋଚ ଧରି ପହଂଚିଯାଉଥିବା ସୂଚନା ମିଳିଛି। ଚଢ଼ାଉ ହେବା ପୂର୍ବରୁ ଯୋଜନା ହେବାବେଳକୁ ମଦ ବେପାରୀଙ୍କ ପାଖରେ ଖବର ପହଞ୍ଚି ଯାଉଛି। ସେଥିପାଇଁ ମଦ ସାମଗ୍ରୀ କିଛି ମିଳୁଛି ତ ଆଉ କିଛି ଗାଏବ କରି ଦିଆଯାଉଛି। ମଦଭାଟିରୁ ଭୋର ସମୟରେ ମୋଟର ଟିଉବରେ ଦେଶୀମଦ ଡିପୁ ଗୁଡିକ ପର୍ଯ୍ୟନ୍ତ ଚାଲାଣ ହେଉଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି। ସମସ୍ତେ ଏହା ଜାଣିଛନ୍ତି । ହେଲେ ଅଞ୍ଚଳବାସୀ ଏହାକୁ ନଧରାଇ ଅବକାରୀ ବିଭାଗର ଏହା ଉତ୍ତର ଦାୟିତ୍ୱ କହି ଚୁପ ରହୁଛନ୍ତି ସିନା ହେଲେ ମଦ ପିଇ ପରିବାର ରେ ଅଶାନ୍ତି ଓ ଅଳ୍ପଆୟୁରେ ମୃତ୍ୟୁ ଭଳି ଘଟଣା କାହାକୁ ଅଛପା ନାହିଁ।

ଖାଲି ଦେଶୀ ମଦ କଥା ଭାବିଲେ ହେବ ନାହିଁ ନୀଳଗିରିରେ ଯେ ନକଲି ବିଦେଶୀ ମଦ ବେପାରର ହବ୍ ହେଲାଣି ଏକଥା ପ୍ରଶାସନ ଭାବିବା ଦରକାର। ପାନ ଦୋକାନ,ହୋଟେଲ,ପୁଚୁକା ଦୋକାନରେ ରାତି କଣ ଦିନରେ ବି ମଦ ମିଳୁଛି। ଅବକାରୀ ବିଭାଗ ଚଢ଼ାଉ କରି ସେଉଳ ନଧରି ଦଣ୍ଡିକାରୀ ଗୋଟାଇ କେସ୍ ବୃଦ୍ଧି କରିବାରେ ବ୍ୟସ୍ତ। ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରି ଉପରିସ୍ଥ ବାବୁଙ୍କର ଆସ୍ଥା ଭାଜନ ହେଉଛନ୍ତି ଆଉ ଯେଉଁଦିନ ପୃଷ୍ଠା ମଣ୍ଡନ ନହେଉଛି ସେଦିନ ଅଧିକାରୀ ନେହୁରା ହେବାଭଳି ନଜିର ରହିଛି। ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଚଢ଼ାଉ ବେଳେ ସଠିକ୍ ତଦନ୍ତ ହେଉନଥିବାରୁ ଆଜି ବେପାରୀମାନେ ଖସି ଗୋଟାଏ ଜଗାରୁ ଅନ୍ୟ ଜାଗାକୁ ନିଜର ଭାଟି ଉଠାଇ ବେପାର କରୁଛନ୍ତି। ଅଞ୍ଚଳରେ ଚୋରା ଭାଟି କାହାର ଏହା ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଥାଏ। ତାଙ୍କୁ ପକ୍ଷ କରି ସମ୍ପୃକ୍ତ ବେପାରୀଙ୍କ ନାମରେ ମାମଲା ରୁଜୁକରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ହୁଏତ କିଛିଟା ରୋକାଯାଇ ପାରନ୍ତା।

ତେବେ ଆଜି ପୁଣି ସିଂଧୁରିଆ, ବାବନ୍ଧ ଓ କୁମ୍ବାରସାହି ଓ ଶିଆଡିମାଳରେ ପୋଲିସ ଫୋର୍ସ ନେଇ ଚଢ଼ାଉ ବେଳେ ସମାନ ଅବସ୍ଥା। ୫୫୦୦ ଲିଟର ମହୁଲ ପୋଚ ଓ ୨୨୦ ଲିଟର ଦେଶୀ ମଦସିନା ଜବତ ହେଲା ହେଲେ କାହାରିକୁ ଗିରଫ କରିବାରେ ସଫଳ ହୋଇନାହାନ୍ତି ଅଧିକାରୀ। ଏହି ଭାଟି କାହାର ଓ ମାଲିକ କିଏ ? ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତରେ ତଦନ୍ତ ହୋଇଛି ନା ଧରି ଖାଲି ସାମଗ୍ରୀ ନସ୍ତକରି ଭଙ୍ଗାରୁଜା କରି ଫେରିଛନ୍ତି ଚଢ଼ାଉ ଟିମ। ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ। ଯେ ପର୍ଯ୍ୟନ୍ତ ବେପାରୀଙ୍କ ସହିତ ଅସାଧୁ ଅଧିକାରୀ ଓ କର୍ମଚାରୀ ବିରତ ନରହିବେ ଆଉ ଯୋଜନାମୂଳକ ଭାବେ ଚଢ଼ାଉ ନକରିବେ ବେପାରୀ ଖସି ଚାଲିଥିବେ। କେସ୍ ସିନା ବୃଦ୍ଧି ପାଇବ ହେଲେ ନୀଳଗିରି ଅଞ୍ଚଳରୁ ଚୋରା ମଦବେପାର କେବେ କମିବ ନାହିଁ। ବାଲେଶ୍ଵର ଜିଲ୍ଲାପାଳ ,ଏସପି ଓ ଅବକାରୀ ବିଭାଗର ସୁପରିଟେଣ୍ଡ ଘଟଣାକୁ ଗୁରୁତର ସହ ନେଇ ସଠିକ ନିର୍ଦେଶ ଦେବାର ଆବଶ୍ୟକତା ରହିବା ସହ ନିଜେ ମଧ୍ୟ ଏଭଳି ଚଢ଼ାଉରେ ସାମିଲ ହୋଇ ଅସଲ ଘଟଣା ହୃଦବୋଧ କରିବା ନିହାତି ଜରୁରୀ ହୋଇ ପଡିଛି।

   Related Posts