ଛତ୍ରପୁରରେ ଗୁଡ୍ ନ୍ୟୁଜ୍ ସେଲଟର୍ ହୋମ୍ ଉପରେ ଚଢାଉ
4/12/2018 at 4:10 PM

ବ୍ରହ୍ମପୁର ୦୪|୧୨: ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୋଲିସ ଓ ଶିଶୁ ସୁରକ୍ଷା କମିଟିର ବ୍ରହ୍ମପୁର ଶିଶୁ ଭବନ ସହ ବିଭିନ୍ନ ଆଶ୍ରମ ଉପରେ ଚଢାଉ କରିଛି । ବିଭିନ୍ନ ସ୍ଥାନରେ ସ୍ଥିତି ଯାଞ୍ଚ କରାଯାଇଛି । ସେପଟେ ଛତ୍ରପୁରଠାରେ ବେଆଇନ ଭାବେ ଚାଲିଥିବା ଗୁଡ୍ ନ୍ୟୁଜ୍ ସେଲଟର୍ ହୋମ୍ ଉପରେ ମଧ୍ୟ ଚଢାଉ କରାଯାଉଛି । ୧୩୪ ଅନ୍ତେବାସୀଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସାହେବ ଜେନା ପଲ୍ଲୀରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ହୋମ୍ ରେ ଜିଲ୍ଲା ଶିଶୁ ସୁରକ୍ଷା, ଚାଇଲ୍ଡ ଲାଇନ୍ ଓ ଶିଶୁ କଲ୍ୟାଣ ସମିତି ପକ୍ଷରୁ ଚଢାଉ କରାଯାଇଥିଲା । ବିନା ପାଞ୍ଜୀକରଣରେ ଚାଲୁ ଥିଲା ହୋମ୍ । ହୋମ୍ ରେ ୧୩୪ଜଣ ପିଲା ରହୁଛନ୍ତି । ସେଥିମଧ୍ୟରୁ ୮୦ଜଣ ଝିଅ ଓ ୫୪ଜଣ ପୁଅ ଅଛନ୍ତି ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021