ବେଆଇନ ମାଙ୍କଡ଼ା ଖନନ ଉପରେ ଚଢ଼ାଉ, ଜେସିବି-ପାଓ୍ୱାର ଟେଲର ଜବତ

Published By : Prameya-News7 Bureau | March 04, 2021 IST

ଚଣ୍ଡିଖୋଲ ୦୪।୦୩: ବେଆଇନ୍‌ ମାଙ୍କଡ଼ା ଖନନ ଉପରେ ଚଢାଉ । ଡାଳିଜୋଡ଼ା ବନାଞ୍ଚଳ ଅଧିକାରୀ ଓ କଟକ ଭିଜିଲାନ୍ସ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଚଢାଉ ହୋଇଛି । ଚଢାଉରେ ଅନେକ ସାମଗ୍ରୀ ଜବତ ହୋଇଛି ।

{"id":417686,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଟାଙ୍ଗୀ ଅଞ୍ଚଳରେ ଚାଲିଥିବା ବେଆଇନ୍‌ ମାଙ୍କଡ଼ା ଖନନ କାର୍ଯ୍ୟ ଉପରେ ଆଜି ଚଢାଉ କରିଛନ୍ତି ବନବିଭାଗ ଓ ଭିଜିଲାନ୍ସ । ଚଢ଼ାଉ କରି ଗୋଟିଏ ଜେସିବ ମେସିନି ଓ ସାତୋଟି ପାୱାର ଟେଲର ଜବତ କରାଯାଇଛି। କିଛି ଦିନ ହେବ ଏଠାରେ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ବନ ବିଭାଗ ପାଖରେ ସୂଚନା ରହିଥିଲା।

{"id":417688,"sizeSlug":"large","linkDestination":"none"}

ପଶ୍ଚିମ ବଡ଼ଚଣାରେ ମାଙ୍କଡ଼ା ପଥର ଚୋରା ଚାଲାଣ ଉପରେ ପ୍ରଶାସନ ରୋକ ଲଗାଇ ଥିବାବେଳେ ବଡ଼ଚଣା ଅଞ୍ଚଳର କିଛି ମାଙ୍କଡ଼ା ପଥର ମାଫିଆ ମାନେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏବେ ଆଡ୍ଡା ଜମାଉଥିବା ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.