ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ, ଲକ୍ଷାଧିକ ଟଙ୍କାର କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

Published By : Prameya-News7 Bureau | January 31, 2021 IST

ଚାନ୍ଦବାଲି ୩୧।୦୧ : ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ । ଭଦ୍ରକ ଜିଲ୍ଲା ଧାମରା କଇଥଖୋଲା ବଜାରରେ ମିଳିତ ଭାବେ ଚଢାଉ ହୋଇଛି । ତେବେ ଏହି ଚଢାଉରେ ଲକ୍ଷାଧିକ ଟଙ୍କାର କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

ଖବର ଅନୁଯାୟୀ, କଇଥଖୋଲା ବଜାରରେ ଥିବା ଖଲିଲ ଅଲ୍ଲି ଖାଁକ କାଠ ଦୋକାନରେ ବ୍ୟାପକ ପରିମାଣର ଚୋରା କାଠ ଥିବା ଖବର ପାଇଥିଲା ବନବିଭାଗ । ସଂପୃକ୍ତ ଦୋକାନକୁ ପଶ୍ଚିମବଙ୍ଗର କୋଲକାତା ଏବଂ କାନ୍ଥିରୁ ଚୋରାରେ କାଠ ଆସୁଛି । ଏହିସବୁ କାଠ ଯାତ୍ରୀବାହୀ ବସ୍‌ ଯୋଗେ ଆସୁଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ବନବିଭାଗ ଓ ଭିଜିଲାନ୍ସ ଟିମ୍‌ ମିଳିତ ଭାବେ ଚଢାଉ କରିଛି ।

ଏହି ଚଢାଉରେ ଧାମରା ବନପାଳ ,କରଞମାଳ ବନପାଳ , ଧାମରା ଥାନା ପୁଲିସ ଏବଂ ଭଦ୍ରକ ଭିଜିଲାନ୍ସ ଟିମର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ । ସେହିପରି ଖଲିଲ ଅଲ୍ଲୀ ଖାଁଙ୍କ ଗୋଦାମ ଘରେ ମଧ୍ୟ ଚଢାଉ ହୋଇଛି। ସଂପୃକ୍ତ ବ୍ୟକ୍ତିଙ୍କ ଦୋକାନ ଘର ଏବଂ ଗୋଦାମରେ ବିପୁଳ ପରିମାଣର କାଠ ଜବତ ହୋଇଥିବା ଜଣାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.